Monday , June 27 2022
Breaking News
Home / ଶିକ୍ଷା / ପୋଷାକ ବିତରଣ ଉତ୍ସବ

ପୋଷାକ ବିତରଣ ଉତ୍ସବ

ଗରଦପୁର ୧୦/୦୮/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ପଳସୁଧା ପଂଚାୟତର ପଳସୁଧା ଠାରେ ପ୍ରତିଷ୍ଠିତ ସରକାରୀ ଉର୍ଦ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ମଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଳସୁଧା ପଂଚାୟତର ସରପଂଚ ଅନୁଜ କୁମାର ମହାନ୍ତି,ଶେଖ ସବିର ଅଲୀ,ରଶ୍ମୀରେଖା ସିଂହ,ରାଜୀବ କୁମାର ସ୍ୱାଇଁ,ନୟନା ବିଶ୍ୱାଳ,ସିଆରସିସି ସୁକାନ୍ତ କୁମାର ବେହେରା,ବିଦ୍ୟାଳୟର ସଭାପତି ଶେଖ ହେପାଇତୁଲା,ସଭ୍ୟ / ସଭ୍ୟା ଶେଖ କମର ଅଲୀ,ଶେଖ ସୋଲତାନ,ଉପସଭାପତି ଦିଲିପ କୁମାର ସିଂହ, ଶେଖ ତକିିର ଖାଲିଦ,ୱାର୍ଡ଼ ସଭ୍ୟ ଅଜୟ କୁମାର ବେହେରା,ଶେଖ ଏହମଦ ଅଲୀ,଼ ଅଙ୍ଗନୱାଡ଼ି କର୍ମୀ ଅନପୂର୍ଣ୍ଣ ନାୟକ,ଆଶାକର୍ମୀ ମାନିନୀ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୋଷାକ ବିତରଣ କରିଥିଲେ । ଏହି ବିଦ୍ୟାଳୟର ବିଦ୍ୟାର୍ଥୀ ସଂଖ୍ୟା ୧୧୦ । ଓଡ଼ିଶା ସମାଚାର

About admin

Check Also

ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

ସାଲେପୁର, ୨୫ /୬/୨୦୨୨ (ଓଡିଶା ସମାଚାର/ ଅଭୟଜେନା ) -ସାଲେପୁର ବ୍ଲକ ଅନ୍ତର୍ଗତ ୧୬ ଗୋଟି  ୫ ଟି ରୂପାନ୍ତରିତ …

Leave a Reply

Your email address will not be published. Required fields are marked *