Sunday , December 4 2022
Breaking News
Home / ତାଜା ଖବର / ପାରିବାରିକ କଳହର କରୁଣ ପରିଣତି : କୁରାଢ଼ୀରେ ହାଣି ସ୍ତ୍ରୀକୁ ହତ୍ୟା

ପାରିବାରିକ କଳହର କରୁଣ ପରିଣତି : କୁରାଢ଼ୀରେ ହାଣି ସ୍ତ୍ରୀକୁ ହତ୍ୟା

ଭଦ୍ରକ, ୧୦/୦୮/୨୦୧୯(ଓଡ଼ିଶା ସମାଚାର)-ସ୍ତ୍ରୀକୁ କୁରାଢ଼ୀରେ ହାଣି ହତ୍ୟାକରିଥିବା ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଗିରଫ କରିଛି । ଭଦ୍ରକ ଜିଲ୍ଲାର ଧୁଷୁରୀ ଥାନା ଅନ୍ତର୍ଗତ କୋଠାର ଗ୍ରାମରେ ଗୁରୁବାର ରାତିରେ ହୋଇଥିବା ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ସ୍ୱାମୀ ସଂଜୟ ମହାଲିକକୁ ପୁଲିସ ଗିରଫ କରିଛି । ସୂଚନା ଅନୁସାରେ ସଂଜୟ ପଞ୍ଜାବର ଏକ କପଡ଼ା କାରଖାନାରେ ଶ୍ରମିକ ଭାବେ କାମ କରୁଥିଲା । ସେ୨ ଦିନ ପୂର୍ବରୁ ଘରକୁ ଆସିଥିଲା । ଗୁରୁବାର ରାତିରେ କୌଣସି ପାରିବାରିକ ସମସ୍ୟାକୁନେଉ ଉଭୟ ସ୍ୱାମୀ ଓ ସ୍ତ୍ରୀ ରଶ୍ମିତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ସଂଜୟ ଉତକ୍ଷିପ୍ତ ହୋଇ ନିଜର ନିୟନ୍ତ୍ରଣ ହରାଇଥିଲା । ଏହା ପରେ ସେ ଏକ କୁରାଢ଼ୀରେ ରଶ୍ମିତାକୁ ଚୋଟ ପରେ ଚୋଟ ମାରି ଚାଲିଥିଲା । ହତ୍ୟାକାଣ୍ଡ ପରେ ପୁଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଘଟଣାସ୍ଥଳରେ ପହଂଚି ଥିଲା । ପୁଲିସ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ପୋଲିସ୍ ଅଭିଯୁକ୍ତ ସଂଜୟକୁ ଗିରଫ କରିବା ପରେ ଘଟଣାର ତଦନ୍ତ କରୁଛି । ଓଡ଼ିଶା ସମାଚାର

Leave a Reply

Your email address will not be published.