ଜୟପୁର,୧୦/୦୮/୨୦୧୯(ଓଡ଼ିଶା ସମାଚାର)- ମାଓବାଦୀମାନେ ଏକ ଦେଶି ମଦ ଭାଟି ରେ ମାଓବାଦୀ ଙ୍କ ଲଙ୍କା କାଣ୍ଡ ଘଙ୍କାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ କୋରାପୁଟ ଜିଲା ପଟାଙ୍ଗି ଥାନା ଅନ୍ତର୍ଗତ ଡ଼ୁମୁରୀପୁଟ ଅଂଚଳରେ ଥିବା ଦେଶି ମଦ ଭାଟିରେ ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି । ପ୍ରାୟ ୧୦ ୧୨ ଜଣ ସଶସ୍ତ୍ର ମାଓବାଦୀ ଦେଶିମଦ ଭାଟି ଉପରେ ଚଢ଼ାଉ କରି ଗୋଟିଏ ଜିପ , ୨ ଟି ମୋଟରସାଇକେଲ ଓ ଜେନେରେଟର ରେ ନିଆଁ ଲଗାଇ ଦେଇଛନ୍ତି । ସେଠାରେ ସେମାନେ ଏକ ପୋଷ୍ଟର ଛାଡ଼ିଯାଇଛନ୍ତି । ସେଥିରେ ମଦଭାଟି ତୁରନ୍ତ ବନ୍ଦ କରିବା ପାଇଁ ଲାଲବାହିନୀ ସତର୍କ କରିଛନ୍ତି । ଓଡ଼ିଶା ସମାଚାର
Check Also
ଗୁଳିମାଡ କରି ଗୋରୁ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ, ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ
ମୟୂରଭଞ୍ଜ ୨୫/୦୫/୨୦୨୨( ଓଡ଼ିଶା ସମାଚାର )- ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗ୍ରାମାଞ୍ଚଳ ଥାନା ହାଟବାଦଡାରେ ସକାଳ ପ୍ରାୟ ୭ଟାରେ …