Monday , October 18 2021
Breaking News
Home / ବିଶେଷ / ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ମାନଙ୍କର ନାମ ଘୋଷଣା କଲେ ରାଜ୍ୟ ସରକାର

ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ମାନଙ୍କର ନାମ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର , ୧୦/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ରାଜ୍ୟସରକାର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ମାନଙ୍କର ନାମ ଘୋଷଣା କରିଛନ୍ତି । ଆଇନ, ଗୃହ ନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୟୁରଭଂଜ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରହିଥିଲା ବେଳେ ବାଲେଶ୍ୱର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ବିଧାୟକ ଅନନ୍ତ ଦାସ, ଭଦ୍ରକ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ବ୍ୟୋମକେଶ ରାୟ, ଯାଜପୁର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସଙ୍କୁ ରଖାଯାଇଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ରଖାଯାଇଥିବା ବେଳେ ଜଗତସିଂହପୁର ଜିଲ୍ଲା ପାଇଁ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, କଟକ ଜିଲ୍ଲା ପାଇଁ ବିଧାୟକ ଡ.ପ୍ରମୋଦ କୁମାର ମଲ୍ଲିକ, ପୁରୀ ଜିଲ୍ଲା ପାଇଁ ଅର୍ଥ ମନ୍ତ୍ରୀ ନିରଂଜନ ପୂଜାରୀ, ଖୋର୍ଦ୍ଧା ଜିଲ୍ଲା ପାଇଁ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ନୟାଗଡ଼ ଜିଲ୍ଲା ପାଇଁ ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ୁଅଧ୍ୟକ୍ଷ ଭାବେ ରଖାଯାଇଛି । ସେହିପରି ଗଂଜାମ ଜିଲ୍ଲା କମିଟିର ଅଧ୍ୟକ୍ଷ ଭାବେ ଶ୍ରୀକାନ୍ତୁ ସାହୁଙ୍କୁ ରଖାଯାଇଥିଲା ବେଳେ ବୌଦ୍ଧ ଜିଲ୍ଲା ପାଇଁ, ମହୀଧର ରଣା,ଗଜପତି ଜିଲ୍ଲା ପାଇଁ ଅନୁସୂଚିତ ଜାତି,ଜନଜାତି କଲ୍ୟାଣ ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା, କନ୍ଧମାଳ ଜିଲ୍ଲା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ, ସୋନପୁର ଜିଲ୍ଲା ପାଇଁ ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି ଓ ରାୟଗଡ଼ା ଜିଲ୍ଲା ପାଇଁ ହସ୍ତତନ୍ତ ବୟନଶିଳ୍ପ ବିଭାଗ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ ରଖାଯାଇଛି । କୋରାପୁଟ ଜିଲ୍ଲା ପାଇଁ ବିଧାୟକ ରଘୁରାମ ପୋଡ଼ାଲଙ୍କୁ ରଖାଯାଇଥିଲା ବେଳେ ନବରଙ୍ଗପୁର ଜିଲ୍ଲା ପାଇଁ ଜଳସମ୍ପଦମନ୍ତ୍ରୀ ରଘୁନନ୍ଦନ ଦାସ, ମାଲକାନଗିରି ଜିଲ୍ଲା ପାଇଁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କୁ ରଖାଯାଇଛି । ନୂଆପଡ଼ା ଜିଲ୍ଲାପାଇଁ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆ, ବଲାଙ୍ଗୀର ଜିଲ୍ଲାପାଇଁ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ନବକିଶୋର ଦାସ, ବରଗଡ଼ ଜିଲ୍ଲା ପାଇଁ ବିଧାୟକ ଦେବେଶ ଆଚାର୍ଯ୍ୟ,ସମ୍ବଲପୁର ଜିଲ୍ଲା ପାଇଁ ଗ୍ରାମ୍ୟ ଉନ୍ନୟନମନ୍ତ୍ରୀ ସୁଶାନ୍ତ ସିଂ ଏବଂ ଝାରସୁଗୁଡ଼ା ଜିଲ୍ଲାପାଇଁ ଯୋଜନା ଓ ସଂଯୋଜନା ବଭାଗର ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ରଖାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ପାଇଁ ଯୋଜନା କମିଟିର ଅଧ୍ୟକ୍ଷ ଭାବେ ବିଧାୟକ ଶାରଦା ପ୍ରସାଦ ନାୟକ, ଅନୁଗୋଳ ଜିଲ୍ଲା ପାଇଁ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଢ଼େଙ୍କାନାଳ ଜିଲ୍ଲା ପାଇଁ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର,ଦେଓଗଡ଼ ଏବଂ କେଉଁଝର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ପ୍ରଫୁଲ୍ଲ କୁମାର ମଲ୍ଲିକ ରହିଛନ୍ତି । କଳାହାଣ୍ଡି ଜିଲ୍ଲା ପାଇଁ ମହିଳା ଶିଶୁ କଲ୍ୟାଣ ଏବଂ ମିଶନଶକ୍ତି ବିଭାଗର ମନ୍ତ୍ରୀ ଟୁକୁନି ସାହୁଙ୍କୁ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ରଖାଯାଇଛି । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *