Sunday , October 24 2021
Breaking News
Home / ସ୍ୱାସ୍ଥ୍ୟ / ୩ ଦଫା ଦାବି ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ନର୍ସିଂ କର୍ମଚାରୀ ସଂଘର ଉଚ୍ଚସ୍ତରୀୟ ବୈଠକ

୩ ଦଫା ଦାବି ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ନର୍ସିଂ କର୍ମଚାରୀ ସଂଘର ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର , ୦୯/୦୮/୨୦୧୯(ଓଡ଼ିଶା ସମାଚାର)- ଶୁକ୍ରବାର ଅପରାହ୍ନ ୪.୪୫ ମିନିଟ୍ ସମୟରେ ଲୋକସେବା ଭବନସ୍ଥିତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ୩ ଦଫା ପ୍ରମୁଖ ଦାବି ନେଇ ଦୀର୍ଘଦିନ ଧରି ଅସ୍ଥାୟୀ କର୍ମଚାରୀ ଭାବେ କାମ କରୁଥିବା ସେବିକାମାନଙ୍କୁ ନିୟମିତ କରିବା, ମୂଳ ଦରମା ସଂଶୋଧନ, ସଠିକ ସମୟରେ ପଦୋନ୍ନତି ଉପରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚକୋଟୀର ବୈଠକ ଆଲୋଚନା ହୋଇଥିଲା । ଏହା ଉପରେ ଖୁବ୍ ଶୀଘ୍ର ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ସଚିବ ଡଃ ପ୍ରମୋଦ ମେହେର୍ଦ୍ଧା, ଅତିରିକ୍ତ ସଚିବ ଗୋହାପୁନମ ତାପସ କୁମାରଙ୍କୁ ମୂଳ ଦରମା ସଂଶୋଧନ ପାଇଁ ଆନୋମଲି କମିଟି ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ଉକ୍ତ ବୈଠକରେ ନର୍ସିଂ କର୍ମ•ରୀ ସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀ ସୁବାସ ସିଂ, ସାଧାରଣ ସମ୍ପାଦକା ଶ୍ରୀମତୀ ପ୍ରଭାତୀ ମହାନ୍ତି, ମାଳତୀ ତ୍ରିପାଠୀ (ଓଭର ସାଇଟ୍ କମିଟି ମେମ୍ବର), କାର୍ଯ୍ୟକାରିଣୀ ସଦସ୍ୟା ସୁମତି ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ – ୭୧ ଜଣ ଶିଶୁ ସଂକ୍ରମିତ – ୨ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୦/୧୦/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *