ଭୁବନ ୦୯/୦୮/୨୦୧୯(ଓଡ଼ିଶା ସମାଚାର /ସୁଶାନ୍ତ କୁମାର ପୋଥାଳ)-ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜ ଙ୍କ ଅକାଳ ବିୟୋଗରେ ଭୁବନ ନଗରମଣ୍ଡଳ ବିଜେପି ତରଫରୁ ଗଭୀର ଶୋକ ପ୍ରକାଶ ପାଇଛି । ନଗର ମଣ୍ଡଳ ସଭାପତି ଭବାନୀ ଶଙ୍କର ବେହେରା ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପାଲାମଣ୍ଡପସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଶୋକ ସଭାରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଶତୃଘ୍ନ ଜେନା ଙ୍କ ସମେତ ଦିଲ୍ଲୀପ କୁମାର ଦାସ, ସନାତନ ପାତ୍ର, ଗଣେଶ୍ୱର ନାୟକ, ମାୟାଧର ଗୁରୁ, ପବିତ୍ର ସାହୁ, ଚୈତନ୍ୟ ପୃଷ୍ଟି, ଅଜୟ କୁମାର ସାହୁ, ଦୀପକ ବେହେରା, ରଂଜନ ବେହେରା, ଦିପନ ପୃଷ୍ଟି, ଅନନ୍ତ ସାହୁ, ନନ୍ଦ କିଶୋର ପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗିୟା ସୁଷମା ସ୍ୱରାଜ ଙ୍କ ସ୍ମୃତି ଚାରଣ କରିବା ସହିତ ଅମରଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଓଡ଼ିଶା ସମାଚାର