କଟକ, ୦୯/୦୮/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟରେ ସ୍ୟାଟ ଉଛେଦ ର ପ୍ରତିବାଦ କରି ଆଜି ଆଇନଜିବୀଙ୍କ ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ । ଆଜି ସ୍ୟାଟ ବାର ଆସୋସିଏସନ୍ , ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍ ସମେତ ସମସ୍ତ ଅଦାଲତର ଆଇନଜିବୀମାନେ ଏହି ଆନ୍ଦୋଳନରେ ସାମିଲ ହେବେ । ଆଜି ପ୍ରତିକ ଭାବେ ମାତ୍ର ଦିନକ ପାଇଁ କାର୍ଯ୍ୟବନ୍ଦ ଆନ୍ଦେଳନ କରି ଏହାର ପ୍ରତିବାଦ ଜଣାଇବେ । କଳା ବ୍ୟାଚ ପିନ୍ଧି ବିଭିନ୍ନ ଅଦାଲତ ସମ୍ମୁଖରେ ପ୍ରତିଦାବ ଜଣାଇବେ । ସ୍ୟାଟ ରେ ପଡ଼ିରହିଥିବା ୭୪ ହଜାର ମାମଲାର ମଧ୍ୟ ସେମାନେ ଫଇସଲା ଦାବି କରିଛନ୍ତି । ଓଡ଼ିଶା ସମାଚାର