ଭୁବନ ୦୯/୦୮/୨୦୧୯(ଓଡ଼ିଶା ସମାଚାର /ସୁଶାନ୍ତ କୁମାର ପୋଥାଳ)-ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷଛାତ୍ରଛାତ୍ରୀ ଙ୍କ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ ରଂଜନ ଦାଶ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସମସ୍ତ ଅଧ୍ୟାପକ.ଅଧ୍ୟାପିକା ନିଜ ନିଜର ପରିଚୟ ପ୍ରଦାନ କରିବା ସହିତ ନବାଗତ ଛାତ୍ରଛାତ୍ରୀ ଙ୍କୁ ମହାବିଦ୍ୟାଳୟର ନିୟମ କାନୁନ ସଂପର୍କରେ ଅବଗତ କରାଇ କଲେଜରେ ଶାନ୍ତି ଶୃଙ୍ଖଳା ରକ୍ଷାକରିବା, ନିୟମିତ କଲେଜ ଆସି ନିଜର ଉପସ୍ଥାନ ପକାଇବା ,ମହାବିଦ୍ୟାଳୟର ଲାଇବ୍ରେରୀ,ଇ-ଲାଇବ୍ରେରୀ, ଲାବୋରେଟୋରୀ ର ସଠିକ ଉପଯୋଗ କରିବା ତଥା ଆଦର୍ଶ ଛାତ୍ରଛାତ୍ରୀ ତଥା ସୁନାଗରିକ ହୋଇ ମହାବିଦ୍ୟାଳୟ ପାଇଁ ଗୌରବ ଆଣିବାକୁ ମାର୍ଗଦର୍ଶନ କରିଥିଲେ । ଏତଦ ବ୍ୟତିତ ପାଠ୍ୟକାର୍ଯ୍ୟକ୍ରମରେ ସହଯୋଗୀ ସଂସ୍ଥା ତଥା ଜାତୀୟ ସେବା ଯୋଜନା,ଭାରତୀୟ ସ୍କାଉଟ୍ସ,ଗାଇଡ୍ସ,ରେଡ ରିବନ କ୍ଲବ,ମହିଳା ଆତ୍ମରକ୍ଷା ୟୁନିଟ,ଖେଳକୁଦଇତ୍ୟାଦିରେ ଯୋଗଦେଇ ନିଜ ବ୍ୟକ୍ତିତ୍ୱ ଗଠନ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନେ ପ୍ରଥମ ଦିନର ଅଭିଜ୍ଞତା ତଥା ଅନୁଭବ ସଂପର୍କରେ ମତ ଦେବା ସହ ସେମାନଙ୍କର ପରିଚୟ ଏବଂ ଜୀବନର ଲକ୍ଷ୍ୟ ପ୍ରକାଶ କରିଥିଲେ । ଉକ୍ତ ଉତ୍ସବରେ ବରିଷ୍ଠ ଅଧ୍ୟାପକ ଡମ୍ବରୁଧର ମହାନ୍ତ, ଅଧ୍ୟାପକ ସୁଧାଂଶୁ ପାତ୍ର, ଅନିଲ କୁମାର ଜେନା, ପ୍ରବୀର ବିଶ୍ୱାଳ, ସତ୍ୟ ପ୍ରକାଶ ଦାସ, କୈଳାସ ପାତ୍ର, ସୁରେନ୍ଦ୍ର କୁମାର ସିଂ, ଅଧ୍ୟାପିକା ସ୍ୱପ୍ନିତା ରାଉତ, ପ୍ରଦୀପ୍ତା ମହାପାତ୍ର, ଶୁଭସ୍ମିତା ବିଶ୍ୱାଳ, ଅର୍ଚ୍ଚିତା ମାନସିଂ, ଲଳିତ କୁମାର ବେହେରା, ପରେଶ ଚନ୍ଦ୍ର ବେହେରା, ବିନୟ ଦାସ, ଫକୀର ମୋହନ ଲେଙ୍କା, ସନ୍ତୋଷ କୁମାର ଲେଙ୍କା, ନିଳମଣି ସାହୁ, ବିଦ୍ୟାବତି ରାଜେନ୍ଦ୍ର, ପ୍ରଦୀପ୍ତ ସାହୁ, ମାନସ ରଂଜନ ଜେନା ମହାବିଦ୍ୟାଳୟର ନିୟମ କାନୁନ ସଂପର୍କରେ ଅବଗତ କରାଇ କଲେଜରେ ଶାନ୍ତି ଶୃଙ୍ଖଳା ରକ୍ଷାକରି ଆଦର୍ଶ ଛାତ୍ରଛାତ୍ରୀ ତଥା ସୁନାଗରିକ ହେବାକୁ ମାର୍ଗଦର୍ଶନ କରିଥିଲେ । ନୂତନ ଛାତ୍ରଛାତ୍ରୀ ମାନେ ସେମାନଙ୍କର ପରିଚୟ ଏବଂ ଜୀବନର ଲକ୍ଷ୍ୟ ପ୍ରକାଶ କରିଥିଲେ । ଶେଷରେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର