Tuesday , October 19 2021
Breaking News
Home / ବିଶେଷ / ଭାରତ ସରକାରଙ୍କ ପ୍ରାୟୋଜିତ ଓ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଅଭିନବ ଯୋଜନା “ଜଳଶକ୍ତି ଅଭିଯାନ” ଉଦଘାଟିତ

ଭାରତ ସରକାରଙ୍କ ପ୍ରାୟୋଜିତ ଓ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଅଭିନବ ଯୋଜନା “ଜଳଶକ୍ତି ଅଭିଯାନ” ଉଦଘାଟିତ

କେନ୍ଦ୍ରାପଡା ୦୮/୦୮/୨୦୧୯(ଓଡ଼ିଶା ସମାଚାର)- ଭାରତ ସରକାରଙ୍କ ପ୍ରାୟୋଜିତ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଅଭିନବ ଯୋଜନା “ଜଳଶକ୍ତି ଅଭିଯାନ” କେନ୍ଦ୍ରାପଡା ଜିଲ୍ଲାରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଗୁରୁବାର ଅପରାହ୍ନରେ ଟାଉନହଲ ପରିସରରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନି ଉତ୍ସବରେ ଓଡିଶା ସରକାରଙ୍କ ଜଳସଂପଦ,ସୂଚନା ଓ ଲୋକ ସର୍ମ୍ପକ ବିଭାଗ ମନ୍ତ୍ରି ରଘୁନନ୍ଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରି ଜୀବନ- ଜୀବିକା ଜଳଶକ୍ତି ଦ୍ୱାରାହିଁ ସମ୍ଭବ ବୋଲି ଅଭିଭାଷଣ ରଖି ଜଳ ବିହୁନେ ଜୀବନ କଷ୍ଟ – ଜଳକୁ ସଂଚିବା ନକରି ନଷ୍ଟ,ଜଳହିଁ ଜୀବନ – ଜଳହିଁ ଶକ୍ତି,ଜଳ ସଂଗ୍ରହ ଅଭିଯାନରେ ସମସ୍ତ ମା’ମାନେ ଆଗେଇ ଆସିଲେ ସମଗ୍ର ଜିଲ୍ଲାରେ ଭୁପୃଷ୍ଟ ଓ ଭୂଗର୍ଭରେ ଥିବା ଜଳର ସଂରକ୍ଷଣ ହୋଇ ଅଭିଯାନରେ ସାମିଲ ହୋଇଥିବା ଭାରତବର୍ଷର ୨୫୫ ଜିଲ୍ଲା ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲା ସର୍ବାଗ୍ରେ ରହିବ ବୋଲି ଶପଥ ନେବାକୁ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଯୋଗଦେଇ କହିଥିଲେ ଯେ ଜଳହିଁ ଜୀବନ । ଜଳ ବିହୁନେ ସୃଷ୍ଟି ନାଶ,ଜଳ ବହୁଳେ ସୃଷ୍ଟି ନାଶ । କେନ୍ଦ୍ରାପଡା ଜିଲ୍ଲା ମଧ୍ୟଦେଇ ବଡ ବଡ ନଦୀସବୁ ସମୁଦ୍ରରେ ମିଶିଛି । ଆମର ଆଉଏକ ଦୁଃଖ ଆଜି ପହଁଚିଛି । ଆମ ଜିଲ୍ଲାର ଭୂତଳ ଜଳ ସ୍ତର ରାଜ୍ୟର ସମସ୍ତ ଜିଲ୍ଲାର ଭୂତଳ ଜଳ ସ୍ତର ଠାରୁ ନିମ୍ନରେ ଥିବାରୁ ରାଜ୍ୟରେ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲାରେ ଏକ ପାଇଲଟ ପ୍ରକଳ୍ପ ଭାବରେ ଜଳଶକ୍ତି ଅଭିଯାନ କାର୍ଯ୍ୟକାରି ହୋଇଛି । ତେଣୁ ସମସ୍ତେ ଏକାଠି ହୋଇ ଜଳ ସଂରକ୍ଷଣ ପାଇଁ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ । କେନ୍ଦ୍ରାପଡା ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବାରୁ ଏହି ଅବସରରେ ବିଧାୟକ ଶ୍ରୀ ସାହୁ ଜିଲ୍ଲାରେ ସବୁ ଚାଷଜମିକୁ ଜଳସେଚନ ବ୍ୟବସ୍ଥା କରାଯିବାକୁ ଜଳସଂପଦ ମନ୍ତ୍ରୀ ଓ ପ୍ରମୁଖ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା,ଆଳି ବିଧାୟକ ପ୍ରତାପ କେଶରି ଦେବ,ମହାକାଳପଡା ବିଧାୟକ ଅତନୁସବ୍ୟସାଚି ନାୟକ,ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ,ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା,ୟୁନିସେଫ ପ୍ରତିନିଧି ନରେନ୍ଦ୍ର ସିଂ ଚୈାହାନ,ଜଳସଂପଦ ବିଭାଗ ମୁଖ୍ୟଯନ୍ତ୍ରୀ ପ୍ରମୁଖ ଯୋଗଦେଇ ଜଳ ସକଳ ଜୀବନର ଆଧାର ଏଣୁ କେନ୍ଦ୍ରାପଡା ଜିଲ୍ଲାର କୃଷି ,ଶିଳ୍ପ,ବାଣିଜ୍ୟ,ପାନୀୟ ଜଳର ଆବଶ୍ୟକତାକୁ ମେଂଟାଇବା ପାଇଁ ଜଳଶକ୍ତି ଅଭିଯାନର ଉଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମଗ୍ର ଭାରତବର୍ଷରେ ଭୂତାତ୍ୱିକ ଗବେଷଣା ପରେ ୨୫୫ଟି ଜିଲ୍ଲାରେ ଭୂଗର୍ଭର ଜଳରାଶି ନିମ୍ନଗାମୀ ଓ ଅଭାବ ରହିଛି ବୋଲି ଜଣାଜିବା ପରେ କେନ୍ଦ୍ରାପଡା ଜିଲ୍ଲାରେ ଏହି ସମସ୍ୟା ସମ୍ପର୍କରେ ଭାରତ ସରକାରଙ୍କ ପକ୍ଷରୁ ଜଣାଇଦିଆଯାଇଛି । ଏଣୁ ଜଳସଂରକ୍ଷଣ ଓ ବର୍ଷାଜଳ ଅମଳ,ପାରମ୍ପରିକ ଓ ଅନ୍ୟାନ୍ୟ ଜଳଉତ୍ସ ଗୁଡିକର ପୁନରୁଦ୍ଧାର,ଜଳର ପୁନଃବ୍ୟବହାର ଓ ଜଳଉତ୍ସ ଗୁଡିକୁ ପୁର୍ନଜିବିତ କରିବା,ଜଳଛାୟାର ବିକାଶ ଏବଂ ବ୍ୟାପକ ବନିକରଣ କରିବା ନିମନ୍ତେ ଆଜିର ଏହି ଜଳଶକ୍ତି ଅଭିଯାନରେ ଜନସଚେତନତା ଜାରି କରାଯାଇଛି । ଓଡିଶାର ୫୫ଟି ବ୍ଲକର ଭୂପୃଷ୍ଟ ଜଳରାଶିକୁ ସଂଗ୍ରହ କରିବା ପାଇଁ ଯୋଜନା କାର୍ଯ୍ୟକାରି ହେଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକରେ ବସୁଧା ଯୋଜନାରେ ୨୪୧କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବିଶେଷ ଭାବରେ ନଦୀନାଳ ଭରା କେନ୍ଦ୍ରାପଡା ଜିଲ୍ଲାରେ ବର୍ଷାଜଳ ସମୁଦ୍ରକୁ ନଛାଡି ଭୂପୃଷ୍ଟରେ ସଂଗ୍ରହକରି ରଖିବା ନିମନ୍ତେ ବ୍ୟାପକ ବୃକ୍ଷରୋପଣ ମାଧ୍ୟମରେ,ନଦୀନାଳରେ ଓ ଗୋବରୀରେ ଚେକ ଡ୍ୟାମ କରି ଜଳ ସଂଗ୍ରହ କରି ରଖିବା ତଥା ବର୍ଷାଜଳକୁ ୨ହଜାର ସ୍କ୍ୱାୟାର ମିଟର ଛାତରେ ସଂଗ୍ରହ କରିବା ନିମନ୍ତେ ବ୍ୟାପକ ଯୋଜନା କାର୍ଯ୍ୟକାରି କରାଯାଉଅଛି । ଏହି ଅବସରରେ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିମାନେ ବ୍ୟାପକ ବୃକ୍ଷ ରୋପଣ ଓ ଜଳସଂଗ୍ରହ ନିମନ୍ତେ ଭୁଗର୍ଭର ଜଳକ୍ଲିଷ୍ଟ ସମତୁଲ କରିବା ପାଇଁ ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟାମାନଙ୍କୁ ଚାରାବଂଟନ କରିଥିଲେ । ଉତ୍ସବରେ ଉପସ୍ତାପିକା ଭାବେ ସ୍ୱପ୍ନା ମିଶ୍ର ଯୋଗଦେଇଥିବା ବେଳେ ବାରୁଅ ଭାବଗ୍ରାହୀ କଳାନିକେତନର ପିଲାମାନେ ଉଦଘାଟନୀ ସଂଗୀତ ଗାନ କରିଥିଲେ । ଶେଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୧୯/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସମାଜସେବୀ ସ୍ୱର୍ଗତ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ …

Leave a Reply

Your email address will not be published. Required fields are marked *