ସାଲେପୁର,୦୯/୦୮/୨୦୧୯(ଓଡ଼ିଶା ସମାଚାର / ଅଭୟ ଜେନା )- ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସାଲେପୁର-କୁଆଁପାଳ ରାସ୍ତାର ନାରାୟଣ ମନ୍ଦିର ନିକଟରେ ଏକ ମୋଟର ସାଇକେଲ୍ ଚାଳକ ଏକ ସ୍କୁଟିକୁ ସମ୍ମୁଖରୁ ଧକ୍କା ଦେବା ଫଳରେ ସ୍କୁଟି ଚାଳକ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ବୋଦାମୁଣ୍ଡାଇ ଅଂଚଳର ନରେନ୍ଦ୍ର ସେଠୀଙ୍କ ପୁତ୍ର ରାମଚନ୍ଦ୍ର ସେଠୀ ଦ୍ରୁତଗତିରେ ସାଲେପୁରରୁ ବୋଦାମୁଣ୍ଡାଇ ଯାଉଥିବାବେଳେ ବିପରୀତ ଦିଗରୁ ଏକ ସ୍କୁଟି ଯୋଗେ ଆସୁଥିବା ଏରକଣା ଡାକ୍ତରଖାନାର ଡାକ୍ତର ଭବାନୀ ହିମାଂଶୁଙ୍କୁ ନାରାୟଣ ମନ୍ଦିର ନିକଟରେ ସମ୍ମୁଖରୁ ଧକ୍କା ଦେବା ଫଳରେ ଏହି ମହିଳା ଡାକ୍ତର ଜଣକ ଗୁରୁତର ଆହତ ହୋଇଥିଲେ । ସାଲେପୁର ଦମକଳ ବିଭାଗ ଘଟଣାସ୍ଥଳରେ ପହଂଚି ଉଭୟ ଆହତଙ୍କୁ ଚିକିତ୍ସା ନିମନ୍ତେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିବାବେଳେ ଡାକ୍ତରଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡ଼ିକାଲକୁ ପଠାଇଛନ୍ତି । ସାଲେପୁର ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ କରୁଛି । ଓଡ଼ିଶା ସମାଚାର