Friday , September 29 2023
Breaking News
Home / ବିଶେଷ / ନେମାଳ ଅଚ୍ୟୁତାନନ୍ଦ ପିଠରେ ପର୍ଯ୍ୟଟକଙ୍କୁ ଅପହରଣ ନୁହେଁ – ଠକେଇ ଅଭିଯୁକ୍ତ ଙ୍କୁ ଆନ୍ଧ୍ର ପୋଲିସ୍ ଉଠାଇ ନେଇଛି

ନେମାଳ ଅଚ୍ୟୁତାନନ୍ଦ ପିଠରେ ପର୍ଯ୍ୟଟକଙ୍କୁ ଅପହରଣ ନୁହେଁ – ଠକେଇ ଅଭିଯୁକ୍ତ ଙ୍କୁ ଆନ୍ଧ୍ର ପୋଲିସ୍ ଉଠାଇ ନେଇଛି

କଟକ, ୦୮/୦୮/୨୦୧୯(ଓଡ଼ିଶା ସମାଚାର)- ଗତ ୪ ତାରିଖ ଦିନ ଭୁବନେଶ୍ୱର ଭୀମଟାଙ୍ଗୀ ଅଂଚଳର ଶୁଭେନ୍ଦୁ ମହାପାତ୍ର ନାମକ ଜଣେ ଶ୍ରଦ୍ଧାଳୁ ନିଜ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ସାଙ୍ଗରେ ନେଇ କଟକ ଜିଲା ନେମାଳ ଥାନା ଅନ୍ତର୍ଗତ ନେମାଳ ଠାରେ ଥିବା ଅଚ୍ୟୁତାନନ୍ଦ ମହାପୁରୁଷ ଙ୍କ ଗାଦି କୁ ଏକ କାର ରେ ବୁଲି ଆସିଥିଲେ । ମହାପୁରୁଷଙ୍କ ଗାଦିରେ ଗାଦିରେ ପୂଜାର୍ଚ୍ଚନା କରୁଥିବାବେଳେ ଶୁଭେନ୍ଦୁ ବାହାରକୁ ଆସିଥିବାବେଳେ ଶୁଭେନ୍ଦୁଙ୍କୁ କିଛି ଯୁବକ ଏକ ଗାଡ଼ିରେ ପୋଲିସ ପରିଚୟ ଦେଇ ଜୋର ଜବରଦସ୍ତ ଏକ ଗାଡ଼ିରେ ପୁରାଇ ନେଇଯାଇଥିଲେ । ଏ ସମ୍ପର୍କରେ ତାଙ୍କ ସ୍ତ୍ରୀ ଲୋପାମୁଦ୍ରା ମହାପାତ୍ର ନେମାଳ ଥାନାରେ ଏତଲା ଦେବା ପରେ ନେମାଳ ପୋଲିସ ସେ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା । ତେବେ ଲୋପାମୁଦ୍ରାଙ୍କୁ ଆସିଥିବା ଏକ ଫୋନକଲ କୁ ଆଧାର କରି ନେମାଳ ଥାନା ପୋଲିସ କହିଛି ଯେ ଏହା ଅପହରଣ ନୁହେଁ । କଟକ ର ଜଣେ ଓ ଭୁବନେଶ୍ୱରର ଅନ୍ୟ ଜଣେ ଯୁବକ ଓ ଶୁଭେନ୍ଦୁଙ୍କୁ ଆନ୍ଧ୍ର ଭିଜିଲାନ୍ସ କୋଟି କୋଟି ଟଙ୍କା ଠକେଇ ମାମଲାରେ ଉଠାଇ ନେଇଛି । ଆନ୍ଧ୍ରରେ ଏମାନେ ଏକ ସଂସ୍ଥା କରି ଚାକିରୀ ଦେବାକୁ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ କରିଥିଲେ । ସେହି ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *