ନିଶ୍ଚିନ୍ତକୋଇଲି ୦୮/୦୮/୨୦୧୯ ( ଓଡ଼ିଶା ସମାଚାର / ଅଭୟ ଜେନା) -ଗତ ୪ ତାରିଖ ଦିନ ନେମାଳ ଠାରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠକୁ ଦର୍ଶନ ପାଇଁ ଆସିଥିବା ଭୁବନେଶ୍ୱର ରାମଟାଙ୍ଗୀ ର ସୁର୍ଦ୍ଧେନ୍ଦୁ ମହାପାତ୍ର ଙ୍କ ଅପହରଣ ରହସ୍ୟର ପର୍ଦ୍ଦାଫାଶ ହୋଇଛି । ନେମାଳ ପୋଲିସ୍ ଅନୁସନ୍ଧାନ କରିବା ପରେ ଜଣାପଡ଼ିଛି ଯେ, ଏହା ଅପହରଣ ନୁହେଁ ବରଂ ଆନ୍ଧ୍ର ପୋଲିସ୍ ନେମାଳ ରୁ ଶୁଭେନ୍ଦୁଙ୍କୁ ଉଠାଇ ନେଇଥିବା ସହ ଭୁବନେଶ୍ୱର ଏରୋଡ଼୍ରମ ଏରିଆରୁ ସନ୍ତୋଷ ବିଶ୍ୱାଳ ଓ କଟକରୁ ଶୁଭମ୍ ସିଂ ନାମକ ବ୍ୟକ୍ତିଙ୍କୁ ଉଠାଇ ନେବା ପରେ ଆନ୍ଧ୍ରର ଭୂର୍ଜିର୍ଭାଲାସ ଥାନାରେ ହାଜର କରାଇଥିଲା । ଏହି ୩ଜଣଙ୍କୁ ଆନ୍ଧ୍ରପୋଲିସ୍ ଗିରଫ୍ କରିଥିବା ଜଣାପଡ଼ିଛି । ନେମାଳଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ ଏାମନେ ଚାକିରୀ ଦେବାକୁ କହି ଆନ୍ଧ୍ରର ଅନେକ ଯୁବକଙ୍କ ଠାରୁ ୧କୋଟି ୧୦ଲକ୍ଷ ଟଙ୍କା ଠକି ନେଇଛନ୍ତି । ସେଠାକାର ଥାନା କେଶ୍ ନଂ ୬୭/୩୦.୦୭.୧୯ରେ କେଶ୍ ରୁଜୁ ହୋଇଛି । ଏମାନଙ୍କ ବିରୁଦ୍ଧରେ ୪୨୦,୪୬୮,୪୭୧,୫୦୬ ଏବଂ ୩୪ ଧାରାରେ ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିଛି । ଆଲୋଚ୍ୟ ବିଷୟ ଯେ , ଆନ୍ଧ୍ର ପୋଲିସ୍ ନେମାଳ ପୋଲିସ୍ କୁ ନ ଜଣାଇ ଏକ କାରରେ ନକଲି ନମ୍ବର ମାରିଥିବା କାରରେ କାହିଁକି ଆସିଥିଲେ । ଯେଉଁ କାଗଜଟି ଖସି ପଡ଼ିଥିବାରୁ ନେମାଳ ପୋଲିସର ହସ୍ତଗତ ହୋଇଥିଲା । ଓଡ଼ିଶା ସମାଚାର