Sunday , September 25 2022
Home / ବିଶେଷ / ନାଉଗାଁ ପଂଚାୟତ ସମିତି ବୈଠକ

ନାଉଗାଁ ପଂଚାୟତ ସମିତି ବୈଠକ

ନାଉଗାଁ, ୦୯/୦୮/୨୦୧୯(ଓଡ଼ିଶା ସମାଚାର)- ନାଉଗାଁ ପଂଚାୟତ ସମିତି ବୈଠକ ଶୁକ୍ରବାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ ସଭାପତିତ୍ୱ କରିଥିଲେ । ଏଥିରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଲୋକସଭା ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ଯୋଗ ଦେଇ ପଂଚାୟତ ସମିତି ସମେତ ପଂଚାୟତର ଉନ୍ନତି କରିବା ପାଇଁ ସମସ୍ତ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ସହଯୋଗ ଲୋଡିଥିଲେ । ଏହି ବୈଠକରେ ଉପସ୍ଥିତ ପଂଚାୟତର ପତିନିଧିମାନେ ନିଜ ନିଜ ପଂଚାୟତ ସମସ୍ୟା ସଂର୍ପକରେ ବିଭାଗୀୟ ଅଧିକାରୀଙ୍କୁ ପଚାରିଥିଲେ ।ଏହାର ତୁରନ୍ତ ସମାଧାନ ପାଇଁ ବିଧାୟକ ଓ ସାଂସଦ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ, ପଂଚାୟତ ସମିତି ଉପାଧ୍ୟକ୍ଷା ମାମିନା ଦଲାଇ,ବିଡିଓ ରଶ୍ମୀରେଖା ମଲ୍ଲିକ,ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରା, ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, ଜିପିଓ ଦିନେଶ ରାୟଙ୍କ ସମେତ ସମସ୍ତ ପଂଚାୟତର ପଂଚାୟତ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ଶେଷରେ ବ୍ଳକ ଉପାଧ୍ୟକ୍ଷା ମାମିନା ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.

Total site visitors: 256048