Sunday , January 23 2022
Breaking News
Home / ବିଶେଷ / ଚୋରା ସୁନାଗହଣା କିଣି ବ୍ୟବସାୟୀ ଅଡୁଆରେ

ଚୋରା ସୁନାଗହଣା କିଣି ବ୍ୟବସାୟୀ ଅଡୁଆରେ

ସାଲେପୁର,୦୯/୦୮/୨୦୧୯(ଓଡ଼ିଶା ସମାଚାର / ଅଭୟ ଜେନା )- ସାଲେପୁର ଅଂଚଳର ଜଣେ ସୁନା ବ୍ୟବସାୟୀ କଟକ ଅଂଚଳରୁ ଚୋରା ସୁନା ଅଳଂକାର କିଣି ଏବେ ହରଡ଼ଘଣାରେ ପଡିଛନ୍ତି । ଆଜି ଦିନ ୨ଟା ପରେ ହଠାତ୍ କଟକ କମିଶନରେଟ୍ ପୋଲିସ ଚୋରା ସୁନା କିଣିଥିବା ଏହି ବ୍ୟବସାୟୀଙ୍କ ଦୋକାନରେ ଚଢ଼ଉ କରି ତାଙ୍କୁ ଧରି ସାଲେପୁର ଥାନା ଜିମା ଦେଇଥିବାବେଳେ ବ୍ୟବସାୟୀ ଜଣକ କିଣିଥିବା ପ୍ରାୟ ୪ଟି ସୁନାମୁଦି ପୋଲିସକୁ ହସ୍ତାନ୍ତର କଲାପରେ ବ୍ୟବସାୟୀଙ୍କୁ ପୋଲିସ ସର୍ତମୂଳକ ଭାବେ ଛାଡିଦେଇଥିବା ଜଣାଯାଇଛି । ଏହି ଘଟଣା  ଏବେ ସାଲେପୁର ଅଂଚଳରେ ମୁଖ୍ୟ ଚର୍ଚ୍ଚାରେ ହୋଇଛି । ଖବରରୁ ପ୍ରକାଶ ଯେ ଏହି କିଛିଦିନ ହେବ କଟକ ଅଂଚଳରେ ବିଭିନ୍ନ ଗହଣା ଦୋକାନରୁ ବ୍ୟାପକ ମାତ୍ରାରେ ଗହଣା ଚୋରି ହେବା କମିଶନରେଟ୍ ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । କମିଶନରେଟ ପୋଲିସ ଏହି ଘଟଣାରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୩ଜଣ ଚୋରଙ୍କୁ ଗିରଫ କରିଥିଲେ । ପଚରା ଉଚୁରା ପରେ ସାଲେପୁର ବଜାରର କୁଆଁପାଳରୋଡ୍ରେ ଥିବା ଏକ ନିର୍ଦ୍ଦିଷ୍ଟ ଗହଣା ଦୋକାନୀଙ୍କୁ ଏହି ଗହଣା ବିକ୍ରି କରିଥିବା ପୋଲିସ ନିକଟରେ ଚୋର ସ୍ୱୀକାର କରିଥିଲା । ଆଜି କମିଶନରେଟ୍ ପୋଲିସ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତକୁ ଧରି ସାଲେପୁର କୁଆଁପାଳରୋଡ୍ରେ ଥିବା ଏହି ସୁନା ଦୋକାନରେ ଚଢ଼ଉ କରିବା ସହ ସୁନା ବ୍ୟବସାୟୀଙ୍କୁ ସାଲେପୁର ଥାନାକୁ ଆଣିଥିଲା । ସେଠାରେ ପଚରା ଉଚୁରା କଲାପରେ ଏହି ସୁନା ଚୋରାରେ କିଣିଥିବା ୧୯ଗ୍ରାମର ୪ଟି ମୁଦି ପୋଲିସକୁ ଫେରସ୍ତ କଲାପରେ ପୋଲିସ ସଂପୃକ୍ତ ବ୍ୟବସାୟୀକୁ ସର୍ତମୂଳକ ଭାବେ ଛାଡିବା ସହ ଆସନ୍ତା କାଲି ମଧୁପାଟଣା ଥାନାରେ ହାଜର ହେବାପାଇଁ ତାଗିଦ୍ କରିଛି । ଏହି ଘଟଣା ସାଲେପୁର ଅଂଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଅପର ପକ୍ଷରେ ଏହି ଘଟଣାକୁ ନେଇ ସାଲେପୁର ବଜାରରେ ଥିବା କେତେକ ଗହଣା ଦୋକାନୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ସାଲେପୁର ନିକଟ କିଶନନଗର ଥାନା ଅନ୍ତର୍ଗତ ବିଲହାଟ ଏକ ପ୍ରମୁଖ ବ୍ୟବସାୟ କେନ୍ଦ୍ର । ବିଳହାଟରେ ଥିବା ସୁନା ଗହଣା ଦୋକାନ ଗୁଡ଼ିକରେ ଚୋରାସୁନା କାରବାର ହେଉଥିବା ନେଇ ସାଧାରଣରେ ଆଲୋଚନା ହୁଏ । ବିଲହାଟ ସୁନା ଗହଣା ଦୋକାନ ଗୁଡ଼ିକ ମଧ୍ୟ ପ୍ରତିମାସରେ ବିପୁଳ ପରିମାଣର ଜିଏସଟି ଠକୁଥିବାର ଆଲୋଚନା ହେଉଛି । ବିଲହାଟରେ ଥିବା ସୁନା ଗହଣା ଦେବାକନୀମାନେ ଗ୍ରାହକମାନଙ୍କୁ କୌଣସି କ୍ୟାସମେମୋ ନଦେଇ ହାତଲେଖା ଏଷ୍ଟିମେଟ ବିଲ ଦେଇ ଜିଏସଟି ଓ ଆୟକର ଫାଙ୍କିବା ସହିତ ଗ୍ରାହକ ମାନଙ୍କୁ ଓଜନ ଓ ସୁନାର କ୍ୱାଲିଟିରେ ଠକୁଥିବା ଅଭିଯୋଗ ହେଉଛି । ଓଡ଼ିଶା ସମାଚାର

About admin

Check Also

ରକ୍ତଦାନ ଶିବିରରେ ସ୍ୱେଛାକୃତ ରକ୍ତଦାନ ପାଇଁ ନିବେଦନ

କେନ୍ଦ୍ରାପଡା, ୨୨/୧/୨୦୨୨ (ଓଡ଼ିଶା ସମାଚାର)-  ନେତାଜୀ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ସହରର କେଶପୁର ବଜାରସ୍ଥିତ ସମୀର ମୋଟର୍ସ ପକ୍ଷରୁ ଏକ …

Leave a Reply

Your email address will not be published. Required fields are marked *