ଭୁବନ ୦୯/୦୮/୨୦୧୯(ଓଡ଼ିଶା ସମାଚାର / ସୁଶାନ୍ତ କୁମାର ପୋଥାଳ)- ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟରେ “ଅଗଷ୍ଟ କ୍ରାନ୍ତି ଦିବସ” ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ ରଂଜନ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଦୀର୍ଘ ୭୭ ବର୍ଷ ପୂର୍ବେ ଇଂରେଜ ସରକାର ଙ୍କ ବିରୁଦ୍ଧରେ ଆଜିର ଦିନରେ ଭାରତଛାଡ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଆନ୍ଦୋଳନକୁ ତୀବ୍ରତର କରିବା ନିମନ୍ତେ “କର ବା ମର” ଡାକରା ଦିଆଯିବା ପରେ ଅସଂଖ୍ୟ ଆନ୍ଦୋଳନକାରୀ ଦେଶପ୍ରେମୀ ସହିଦ୍ ହୋଇଥିଲେ । ଓଡିଶାର ମିତିଲି,ପାପଡାହାଣ୍ଡି,ଇରମ ରେ ମଧ୍ୟ ଶତାଧିକ ଆନ୍ଦୋଳନକାରୀ ସହିଦ ହୋଇଥିଲେ । ଆଜିର ଦିନରେ ଆମ୍ଭେମାନେ ସେହି ସହିଦ ମହାପୁରୁଷ ଙ୍କ ବଳିଦାନକୁ ମନେ ପକାଇସତ୍ୟ,ଅହିଂସା ପଥରେ ଯିବାପାଇଁ ମାର୍ଗଦର୍ଶନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ବରିଷ୍ଠ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ ଦାସ,ଡମ୍ବରୁଧର ମହାନ୍ତ, ଅଧ୍ୟାପକ ସୁଧାଂଶୁ ପାତ୍ର, ଅନିଲ କୁମାର ଜେନା, ପ୍ରବୀର ବିଶ୍ୱାଳ, ସତ୍ୟ ପ୍ରକାଶ ଦାସ, କୈଳାସ ପାତ୍ର,ସୁରେନ୍ଦ୍ର କୁମାର ସିଂ, ଅଧ୍ୟାପିକା ସ୍ୱପ୍ନିତା ରାଉତ, ପ୍ରଦୀପ୍ତା ମହାପାତ୍ର, ଶୁଭସ୍ମିତା ବିଶ୍ୱାଳ, ଅର୍ଚ୍ଚିତା ମାନସିଂପ୍ରତିଭା ମଂଜରୀ ଦାସ, ପ୍ରଫୁଲ୍ଲ ସାହୁ, ପରେଶ ଚନ୍ଦ୍ର ବେହେରା, ବିନୟ ଦାସ, ଫକୀର ମୋହନ ଲେଙ୍କା, ସନ୍ତୋଷ କୁମାର ଲେଙ୍କା,ନିଳମଣି ସାହୁ, ବିଦ୍ୟାବତି ରାଜେନ୍ଦ୍ର ,ପ୍ରଦୀପ୍ତ ସାହୁ,ମାନସ ରଂଜନ ଜେନାପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ଡୋମେନଷ୍ଟ୍ରେଟର ଲଳିତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ର ସମସ୍ତ ବିଦ୍ୟାର୍ଥୀ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର