Monday , October 18 2021
Breaking News
Home / ତାଜା ଖବର / ସେସୁ ନିର୍ବାହୀ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ଅଭିଯୁକ୍ତ ରେହାନ ଗିରଫ

ସେସୁ ନିର୍ବାହୀ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ଅଭିଯୁକ୍ତ ରେହାନ ଗିରଫ

କେନ୍ଦ୍ରାପଡା ୦୮/୦୮/୨୦୧୯(ଓଡ଼ିଶା ସମାଚାର)- ସେସୁ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଅଭିଯୁକ୍ତ ସେକ ଅବଦୁଲ ରେହାନଙ୍କୁ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ସବ-ଇନିସପେକ୍ଟର ପ୍ରଦୀପ୍ତ କୁମାର କାନୁନଗୋ ଧରି ସଦର ଥାନା ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି । ଖବର ରୁ ପ୍ରକାଶ ଯେ ସଦର ଥାନା ଅନ୍ତର୍ଗତ ହଳଦିଡିହ ଗ୍ରାମର ସେକ ଅବଦୁଲ ଗୋଫ୍ରାନଙ୍କ ପୁଅ ସେକ ଅବଦୁଲ ରିହାନଙ୍କର ସେହି ଥାନା ଅନ୍ତର୍ଗତ ଆଳିଜଙ୍ଗା ଗ୍ରାମରେ ରିହାନ ଆଇସ ପ୍ଲାଂଟ ନାମରେ(କଞ୍ଜ୍ୟୁମର ନଂ- ଆରଇଭି-୨୭୮)ଥିବା ଏକ ବରଫ କଳକୁ ଯୁଗ୍ମ ତଦନ୍ତ ନିମନ୍ତେ ଗତ ଜୁଲାଇମାସ ୨୭ତାରିଖ ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ସମୟରେ କେନ୍ଦ୍ରାପଡା ନଂ-୧ ବିଦ୍ୟୁତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ଅମରଜୀତ ପଟ୍ଟନାୟକ,କେନ୍ଦ୍ରାପଡା ଏମ.ଆର.ଟି.ଡିଭିଜନର ନିର୍ବାହୀ ଯନ୍ତ୍ରୀ ବ୍ରହ୍ମ ପ୍ରକାଶ ପାଇଟାଳ,ଏମ.ଆର.ଟି.ଏସଡିଓ ରଜନୀକାନ୍ତ ମହାପାତ୍ର, ସହକାରୀ ପରିଚାଳକ ଶ୍ମୃତିରଞ୍ଜନ ରଥ, ଏନଜେନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଶରତ ଚନ୍ଦ୍ର ଦାସ,ଇଲେକ୍ଟ୍ରିସିଆନ,ବୈଷୟିକ କର୍ମଚାରୀ ପ୍ରମୁଖ ଯାଇଥିଲେ । ଏ ସମ୍ପର୍କରେ ବରଫ କଳ ମାଲିକଙ୍କୁ ପତ୍ର ସଂଖ୍ୟା ୬୦୩୪(୯) ତା ୧୮.୦୭.୨୦୧୯ରିଖରେ ଜଣାଇ ଦିଆଯାଇଥିଲା । କିନ୍ତୁ ବିଦ୍ୟୁତ ବିଭାଗର ଅଧିକାରୀ ଓ ଷ୍ଟାଫ ମାନେ ବରଫକଳ ପରିସରରେ ପହଁଚିବା କ୍ଷଣି ମାଲିକ ସେକ ଅବଦୁଲ ରିହାନ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବାକୁ ଆରମ୍ଭ କରିବା ସହ ବରଫକଳ ମଧ୍ୟକୁ ଯିବାକୁ ଦେଇନଥିଲେ । ଏହି ସମୟରେ କେନ୍ଦ୍ରାପଡା ନଂ-୧ ବିଦ୍ୟୁତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ପଟ୍ଟନାୟକ ଯୁଗ୍ମ ତଦନ୍ତ ସମ୍ପର୍କରେ ସେକ ଅବଦୁଲ ରିହାନଙ୍କୁ ବୁଝାଇବାକୁ ଚେଷ୍ଟା କରିବାରେ ରେହାନ ଉତକ୍ଷିପ୍ତ ହୋଇ ଇଂ ପଟ୍ଟନାୟକଙ୍କୁ ଶକ୍ତ ଚାପୁଡା ଓ ଧକ୍କା ମାରିବାରୁ ସେ ତଳେ ପଡିଯାଇଥିଲେ । ଏହାପରେ ସେହି ନିକଟରେ ପଡିଥିବା ଏକ ଲୁହା ରଡରେ ଇଂ ପଟ୍ଟନାୟକଙ୍କୁ ମରଣାନ୍ତକ ଆକ୍ରମଣ କରିବାକୁ ଉଦ୍ୟମ କରିବାରେ ସେଠାରେ ଉପସ୍ଥିତ ବିଦ୍ୟୁତ ବିଭାଗ ଷ୍ଟାଫଙ୍କ ଯୋଗୁ ଏକ ନିଶ୍ଚିତ ଗୁରୁତର ମରଣାନ୍ତକ ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ ଇଂ ପଟ୍ଟନାୟକ । ଯୁଗ୍ମ ତଦନ୍ତ ନକରି ସେଠାରୁ ବାଧ୍ୟ ହୋଇ ଫେରି ଆସିଥିଲେ ଇଂ ପଟ୍ଟନାୟକଙ୍କ ସମେତ ସମସ୍ତ ବିଦ୍ୟୁତ ବିଭାଗ ଅଧିକାରୀ ଓ ଷ୍ଟାଫମାନେ । ଏ ସମ୍ପର୍କରେ କେନ୍ଦ୍ରାପଡା ସଦର ଥାନାରେ କେନ୍ଦ୍ରାପଡା ନଂ-୧ ବିଦ୍ୟୁତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ପଟ୍ଟନାୟକଙ୍କ ଅଭିଯୋଗକ୍ରମେ ସଦର ଥାନା ପୋଲିସ ୨୦୯/୨୦୧୯ରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା । ଗୁରୁବାର ଅଭିଯୁକ୍ତ ସେକ ଅବଦୁଲ ରିହାନକୁ ଆଇପିସିର ଧାରା ୩୪୧, ୩୨୩, ୨୯୪, ୩୦୭, ୫୦୬ ଓ ୩୪ ଦଫାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ସଦର ଥାନାର ସବଇନିସପେକ୍ଟର ରମାକାନ୍ତ ବେହେରାଙ୍କ ଠାରୁ ସୂଚନା ମିଳିଛି । କୋର୍ଟରେ ଜାମିନି ନାମଞ୍ଜୁୁର ହେବାରୁ ତାକୁ ବାରିମୂଳସ୍ଥିତ ଉପକାରାଗାରକୁ ପଠାଇଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ଦୁଇ ବନ୍ଧୁକ ବେପାରୀ ଗିରଫ – ୨ ଟି ଦେଶୀ ବନ୍ଧୁକ, ୨ଟି ଗୁଳି, ଗୋଟିଏ ମାଗାଜିନ୍ ଜବତ

କଟକ ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ବନ୍ଧୁକ ବିକ୍ରି ପାଇଁ ଗ୍ରାହକ ଖୋଜୁଥିବା ବେଳେ ମାଲଗୋଦାମ ଥାନା ପୋଲିସ ହାତରେ ଧରା ପଡିଛନ୍ତି …

Leave a Reply

Your email address will not be published. Required fields are marked *