Wednesday , January 26 2022
Breaking News
Home / ଶିକ୍ଷା / ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ବିକାଶ ନାମରେ ବ୍ୟାପକ ଅର୍ଥ ହରିଲୁଟ୍ ହୋଇଥିବା ଅଭିଯୋଗର ସ୍ୱତନ୍ତ୍ର ଯାଂଚ ଆରମ୍ଭ

ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ବିକାଶ ନାମରେ ବ୍ୟାପକ ଅର୍ଥ ହରିଲୁଟ୍ ହୋଇଥିବା ଅଭିଯୋଗର ସ୍ୱତନ୍ତ୍ର ଯାଂଚ ଆରମ୍ଭ

ସାଲେପୁର,୦୮/୦୮/୨୦୧୯(ଓଡ଼ିଶା ସମାଚାର / ଅଭୟ ଜେନା)- ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟରେ ବ୍ୟାପକ ଅର୍ଥ ହେରଫେର ହେବାନେଇ  ଉଚ୍ଚଶିକ୍ଷା ବିଭାଗ ନିକଟରେ ଅଭିଯୋଗ ହୋଇଥିଲା । ଏହାନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଯାଂଚ ଆରମ୍ଭ ହୋଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଡିଟର ଶିବଚରଣ ବେହେରା, ଅପୂର୍ବ କୁମାର ଶବର ଆଜି ପ୍ରଥମ ଦିନରେ କଲେଜରେ ପହଂଚି କଲେଜର ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଂଟର ପାଶବୁକ ଯାଂଚ କରିଥିବା ଜଣାଯାଇଛି । ଯାଂଚ କାର୍ଯ୍ୟ ନସରିବା ପର୍ଯ୍ୟନ୍ତ ମହାବିଦ୍ୟାଳୟର କେତେ ଅର୍ଥ ହରିଲୁଟ୍ ହୋଇଛି କି ନାଁ କହିହେବ ନାହିଁ ବୋଲି ସେ କହିଛନ୍ତି । ଏହି ସ୍ୱତନ୍ତ୍ର ଯାଂଚ କାର୍ଯ୍ୟ ମାସ ମାସ ଧରି ଚାଲିବ ବୋଲି ଅଡିଟରମାନେ ପ୍ରକାଶ କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ବିକାଶ ନାମରେ ବ୍ୟାପକ ଅର୍ଥ ହରିଲୁଟ୍ କରାଯାଇଥିବା ନେଇ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ଉଚ୍ଚଶିକ୍ଷାବିଭାଗର କମିଶନର-ସେକ୍ରେଟାରୀଙ୍କ ନିକଟରେ ଗତ ମାସ ୨୩ତାରିଖ ଦିନ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପାଇବା ପରେ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସାଲେପୁର ମହାବିଦ୍ୟାଳୟରେ ଏହି ସ୍ୱତନ୍ତ୍ର ଅଡିଟ୍ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଘଟଣା ଏବେ ସାଲେପୁର ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ମହାବିଦ୍ୟାଳୟକୁ ତମାଖୁ ମୁକ୍ତ କରିବାକୁ ଶପଥ ପାଠ

କେନ୍ଦ୍ରାପଡା,୧୯/୧/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ …

Leave a Reply

Your email address will not be published. Required fields are marked *