ତିର୍ତେଲ, ୦୮/୦୮/୨୦୧୯(ଓଡ଼ିଶା ସମାଚାର)- ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ କନକପୁର ପଞ୍ଚାୟତରେ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । କନକପୁର ପଞ୍ଚାୟତ ପରିସର, ଝଙ୍କଡ ଶାରଳା ପୀଠ ସମେତ ବିଭିନ୍ନ ସ୍ଥାନରେ ସାଂସଦ ଡା.ମଲ୍ଲିକ ଯୋଗଦେଇ ଚାରାରୋପଣ କରିଥିଲେ । କନକପୁର ସରପଂଚ ନମିତା ରାଉଳ ଓ ଯୁବ ସମାଜସେବୀ ନୃସିଂହ ରାଉଳଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷା ପ୍ରୀୟଦର୍ଶିନୀ ବିଶ୍ୱାଳ, ଇଂ ଆଶୁତୋଷ ମଲ୍ଲିକ, ସମାଜସେବୀ ବିରଜାପ୍ରସନ୍ନ ପରିଜା, ନାଏବସରପଂଚ ବରଦା ପ୍ରସନ୍ନ ସାହୁ, ଦେବବ୍ରତ ମହାନ୍ତି, ତିର୍ତୋଲ ନିର୍ବାଚନ ମଣ୍ଡଳୀ ବିଜେଡି ଯୁବ ସଭାପତି ସୁବ୍ରତ ଦାଶ, କାର୍ଯ୍ୟନିବାହୀ ଅଧିକାରୀ ଶାନ୍ତନୁ ସାହୁ, ଅସିତ ରାଉଳ, ଶ୍ରୀନିବାସ ଦାଶ, ତପନ ଦାସ, ଶିକ୍ଷାବିତ ସୁଦର୍ଶନ ପଣ୍ଡା ଓ ଭବେଶ ଚନ୍ଦ୍ର ଚୌଧୁରୀ ପ୍ରମୁଖ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର