ବ୍ରହ୍ମପୁର,୦୮/୦୮/୨୦୧୯(ଓଡ଼ିଶା ସମାଚାର)- ବଡ଼ ବଜାର ପୋଲିସ ଗୁରୁବାର ପେଣ୍ଠସାହିର ଏକ ଘର ଉପରେ ଚଢ଼ାଉ କରି ଏକ ନକଲି ଗୁଟଖା କାରଖାନା ର ଠାବ କରିଛି । ମିଳିଥିବା ତାଜା ସୂଚନା ଅନୁସାରେ କୌଣସି ସୂତ୍ରରୁ ସୂଚନା ପାଇ ବଡ଼ ବଜାର ପୋଲିସ ପେଣ୍ଠସାହିର ରାମଚନ୍ଦ୍ର ଦାସଙ୍କ ଘର ଉପରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟରେ ୧୦୫ ଟି ଗୁଟଖା ବସ୍ତା , ଗୋଟିଏ ମେସିନ ଓ ଏକ ଧାରୁଆ ଅସ୍ତ୍ର ଜବତ କରିଥିଲା । ତେବେ ଚଢ଼ାଉ ସମୟରେ ରାମଚନ୍ଦ୍ର ଫେରାର ହୋଇଯିବାରୁ ପୋଲିସ୍ ତାର ସାନ ଭାଇ ହରିହର ଦାସ ଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି । ଓଡ଼ିଶା ସମାଚାର
Check Also
ଗୁଳିମାଡ କରି ଗୋରୁ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ, ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ
ମୟୂରଭଞ୍ଜ ୨୫/୦୫/୨୦୨୨( ଓଡ଼ିଶା ସମାଚାର )- ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗ୍ରାମାଞ୍ଚଳ ଥାନା ହାଟବାଦଡାରେ ସକାଳ ପ୍ରାୟ ୭ଟାରେ …