ରଘୁନାଥପୁର,୦୮/୦୮/୨୦୧୯(ଓଡ଼ିଶା ସମାଚାର)-ରଘୁନାଥପୁର ତହସିଲ ତାରପୁର ପଂଚାୟତ ଗୋକଳପୁର ଗ୍ରାମରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଏକ କୋଠା ଘର କାନ୍ଥ ଭୁଷୁଡ଼ି ପଡ଼ିବାରୁ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଜଣକ ହେଉଛନ୍ତି ରବିନ୍ଦ୍ର ଜେନା । ଦୁଇ ଦିନର ପ୍ରବଳ ବର୍ଷାରେ ମାଟି ଦବି ଯିବାରୁ ଅଶୋକ ଜେନା ଓ ପ୍ରତାପ ଜେନାଙ୍କ ପୁରୁଣା ଫାଟିଯାଇଥିବା ଘରର କାନ୍ଥ ହଠାତ ଭୁଳୁଡ଼ି ପଡ଼ିଥିଲା । କାନ୍ଥ ଭୁଷୁଡ଼ି ପାଖରେ ଥିବା ରବିନ୍ଦ୍ରଙ୍କ ଚାଳ ଛପର ରୋଷେଇ ଘର ଉପରେ ଅଜାଡ଼ି ହୋଇ ପଡ଼ିଥିଲା । ଫଳରେ କାନ୍ଥ ଭାଙ୍ଗିଯାଇ ସେଠାରେ ଉପସ୍ଥିତ ଥିବା ରବିନ୍ଦ୍ରଙ୍କ ଉପରେ ଇଟା ଗୁଡ଼ିକ ଅଜାଡ଼ି ହୋଇ ପଡ଼ିଥିଲା । ପରେ ରବିନ୍ଦ୍ରଙ୍କୁ କଷ୍ଟ ହେବା ସହ ବାନ୍ତି କରିବାକରୁ ତୁରନ୍ତ ତାଙ୍କୁ ପରିବାର ଲୋକେ ମେଡ଼ିକାଲ ନେଇଯାଇଥିଲେ । ସେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲ ରେ ଚିକିତ୍ସିତ ହେଉଛନ୍ତି । ସ୍ଥାନୀୟ ସରପଂଚ ଘଟଣାସ୍ଥଳରେ ପହଂଚି ଆହତ ବ୍ୟକ୍ତିଙ୍କ ଆରୋଗ୍ୟ କାମନା କରିବା ସହିତ ତାଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି । ଓଡ଼ିଶା ସମାଚାର