Sunday , October 1 2023
Home / କୃଷି / ରାସାୟନିକ ସାର ଓ ବିଷମୁକ୍ତ ଚାଷ ପାଇଁ ଆହ୍ୱାନ

ରାସାୟନିକ ସାର ଓ ବିଷମୁକ୍ତ ଚାଷ ପାଇଁ ଆହ୍ୱାନ

ନିଶ୍ଚିନ୍ତକୋଇଲି,୦୮/୦୮/୨୦୧୯(ଓଡ଼ିଶା ସମାଚାର)-ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ଜୈବିକକୃଷି ସଂକ୍ରାନ୍ତ ପ୍ରଶିକ୍ଷଣ ନେଇଥିବା କୌଶଳୀ ଓ ଅନୁଭବି ୬୦ ଜଣ ଚାଷୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ପୂର୍ବରୁ ଏହି ଚାଷୀଙ୍କୁ ପ୍ରଶିକ୍ଷକ ଭାବେ ପ୍ରସନ୍ନ ଳୁମାର ଦାଶ ଓ ରଞ୍ଜନକୁମାର ଦାସ ଜୈବିକ କୃଷି କାର୍ଯ୍ୟ ସଂକ୍ରାନ୍ତରେ ତାଲିମ ପ୍ରଦାନ କରିଥିବା ବେଳେ ଚାଷକାର୍ଯ୍ୟରେ ରାସାୟନିକ ସାର ଓ କୀଟନାଶକ ବିଷ ପ୍ରୟୋଗ ନ କରିବା ପାଇଁ ସଚେତନତା କରାଇଥିଲେ । ବରାଦୋ ପଂଚାୟତ ପାଟପୁର ଛକଠାରେ ପ୍ରଶିକ୍ଷକ ପ୍ରସନ୍ନ ଦାଶଙ୍କ ପୌରୋହିତରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପତଞ୍ଜଳି କିଶାନ ସେବା ସମିତିର ଓଡିଶା ପ୍ରଭାରୀ ସ୍ୱୟଂ ପ୍ରକାଶ ମହାପାତ୍ର ଯୋଗଦେଇ ରାସାୟନିକ ସାର ଓ ବିଷମୁକ୍ତ ଚାଷ କରିବା ପାଇଁ ଉପସ୍ଥିତ ଚାଷୀଙ୍କୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ପତଞ୍ଜଳୀ କିସାନ ସେବା ସମିତିର ରାଜ୍ୟ ସଂଯୋଜକ ତଥା ଜୈବିକ ଅନୁସନ୍ଧାନ ପ୍ରତିଷ୍ଠାନର ମୁଖ୍ୟ ଜୟଦେବ ପଣ୍ଡା ଯୋଗଦେଇ ଜୈବିକ କୃଷିଜାତ ଦ୍ରବ୍ୟ ଖାଦ୍ୟରେ ବ୍ୟବହୃତ ହେଲେ କି କି ସୁଫଳ ମିଳେ ସେ ସଂକ୍ରାନ୍ତରେ ଆଲୋକପାତ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ କଟକ ଜିଲା ସଭାପତି ସୁନୀଲ ଶର୍ମା, ଜିଲା ପ୍ରଭାରୀ ନିମାଇଁଚରଣ ଜେନା, କୋଷାଧ୍ୟକ୍ଷ ଶିଶିରକୁମାର ଜେନା ପ୍ରମୁଖ ଯୋଗଦେଇ ଜୈବିକକୃଷି ସଂକ୍ରାନ୍ତରେ ଚାଷୀଙ୍କୁ ସଚେତନତା କରାଇଥିଲେ । ଏହି ଅବସରରେ ଭାରତ ସରକାରଙ୍କଦ୍ୱାରା ଜୈବିକ ଚାଷ କାର୍ଯ୍ୟ କୌଶଳ ଶିକ୍ଷା ସ୍ୱୀକୃତି ପ୍ରାପ୍ତ ୬୦ ଜଣ ଚାଷୀଙ୍କୁ ମାନପତ୍ର ଏବଂ ପ୍ରଧାନମନ୍ତ୍ରୀ କୃଷକ ଯୋଜନାର ୟୁନିଫର୍ମ ପୋଷାକ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ପଞ୍ଜାବ ନେସନାଲ ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ରର ପରିଚାଳକ ଅକ୍ଷୟକୁମାର ନାୟକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲା ବେଳେ ପ୍ରଶିକ୍ଷକ ରଞ୍ଜନକୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *