Monday , October 18 2021
Breaking News
Home / ତାଜା ଖବର /  ମହିଳା ସୁପରଭାଇଜର ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ

 ମହିଳା ସୁପରଭାଇଜର ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ

ପାଟକୁରା ୦୮/୦୮/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ଅନ୍ତର୍ଗତ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟର ଜଣେ କାର୍ଯ୍ୟରତ ମହିଳା ସୁପରଭାଇଜରକୁ ଆଜି ଭିଜିଲାନସ୍ ବିଭାଗ ଦ୍ୱାରା ଟ୍ରାପ୍ କରାଯାଇଛି । ଜଣେ ଅଙ୍ଗନୱାଡି କର୍ମୀଙ୍କ ଠାରୁ କାଗଜ ପତ୍ର କରାଇ ଦେବା ପାଇଁ ୫ହଜାର ଟଙ୍କା ଲାଂଚ ନେଇଥିବା ଅଭିଯୋଗରେ କେନ୍ଦ୍ରାପଡା ଭିଜିଲାନସ୍ ବିଭାଗ ପକ୍ଷରୁ ସୁପରଭାଇଜରଙ୍କୁ ଟ୍ରାପ୍ କରାଯାଇଛି । ଭିଜିଲାନସ୍ ବିଭାଗ ଦ୍ୱାରା ଟ୍ରାପ୍ ହୋଇଥିବା ମହିଳା ସୁପରଭାଇଜର ଙ୍କ ନାମ କବିତା ବେହେରା । ଭିଜିଲାନସ୍ ଟିମ୍ ସୁପରଭାଇଜରଙ୍କ ଠାରୁ ୫ହଜାର ଟଙ୍କା ଜବତ କରିବା ସହିତ ତାଙ୍କୁ ସାଙ୍ଗରେ କେନ୍ଦ୍ରାପଡା ନେଇଯାଇଛନ୍ତି । ମିଳିଥିବା ସୂଚନାରୁ ପ୍ରକାଶ ଯେ,ଗରଦପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ମହମ୍ମୁଦା ଅଙ୍ଗନୱାଡି କେନ୍ଦ୍ରର କର୍ମୀ ବିନୋଦିନୀ ମହାରାଜଙ୍କ କାଗଜପତ୍ର ଠିକ୍ କରାଇବା ପାଇଁ ମହିଳା ସୁପରଭାଇଜର କବିତା ବେହେରାଙ୍କୁ ବିନୋଦିନୀ ୫ ହଜାର ଟଙ୍କା ନେଇ ତାଙ୍କ ଅଫିସ୍ ଟେବୁଲର ଡ୍ର ରେ ପୁରାଇ ଦେଇଥିଲା । ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା କେନ୍ଦ୍ରାପଡା ଭିଜିଲାନସ୍ ଟିମ୍ ମହିଳା ସୁପରଭାଇଜର କବିତାଙ୍କ ପ୍ରକୋଷ୍ଠରେ ପଶି ତାଙ୍କ ଟେବୁଲ ଡ଼୍ରୟାର ରୁ ୫ ହଜାର ଟଙ୍କା ଜବତ କରିବା ସହ ଶ୍ରୀମତୀ ବେହେରାଙ୍କୁ ଗିରଫ କରି କେନ୍ଦ୍ରାପଡା ନେଇ ଯାଇଥିଲେ । ଏହି ଚଢାଉରେ କେନ୍ଦ୍ରାପଡା ଭିଜିଲାନସ୍ ଡିଏସ୍ପି ସୁରେନ୍ଦ୍ର ରାୟଗୁରୁ, ଭିଜିଲାନସ୍ ବିଭାଗର କର୍ମଚାରୀ ଜ୍ଞାନ ଦାସ ଓ ବିଶ୍ୱନାଥ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଅପରପକ୍ଷରେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ ଗତ ସପ୍ତାହରେ ଭୁବନେଶ୍ୱରରୁ ବିଭାଗୀୟ ଏକ ପଦସ୍ତ ଅଧିକାରୀଙ୍କ ଟିମ୍ ଗରଦପୁର ଠାରେ ପହଂଚି କେତେକ ଅଙ୍ଗନୱାଡି କେନ୍ଦ୍ର ତନଖି କରିଥିଲେ । ସେହି ଅବସରରେ ସୁପରଭାଇଜର ଶ୍ରୀମତୀ ବେହେରା ଏହି ଟିମ୍ ସହିତ ମହମ୍ମୁଦା ଅଙ୍ଗନନୱାଡି କେନ୍ଦ୍ର ତଦନ୍ତ କରିଥିବାବେଳେ,ବିଭାଗୀୟ ଅଧିକାରୀ ଭାବରେ ଉପସ୍ଥିତ ଥିଲେ । ଏହି ଅଙ୍ଗନୱାଡି କେନ୍ଦ୍ରରେ ସ୍ୱଳ୍ପ ସଂଖ୍ୟକ ଶିଶୁ ଥିବାବେଳେ,ରେକର୍ଡପତ୍ରରେ ୬୦ରୁ ଉଦ୍ଧ୍ୱର୍ ଶିଶୁଙ୍କ ଉପସ୍ଥାନ ଦର୍ଶାଯାଇ ପ୍ରତି ମାସରେ ଶିଶୁ ଖାଦ୍ୟ ହଡପ୍ କରାଯାଉଥିବା ବିଭାଗୀୟ ଅଧିକାରୀଙ୍କ ନଜରକୁ ଆସିଥିଲା ।ଏହା ସହିତ ଆଉ କେତେକ ଅନିୟମିତା ମଧ୍ୟ ବିଭାଗୀୟ ଅଧିକାରୀଙ୍କ ନଜରକୁ ଆସିଥିଲା । ଏ ସମସ୍ତ ବିଷୟକୁ ବିଭାଗୀୟ ଟିମ୍ ରିପୋର୍ଟ କରିଥିଲେ । ଏଥିରେ ବିଚଳିତ ହୋଇ ସମ୍ପୃକ୍ତ ଅଙ୍ଗନୱାଡି କର୍ମୀ ବିନୋଦିନୀ କୌଶଳ କରି ସୁପରଭାଇଜର ଶ୍ରୀମତୀ ବେହେରାଙ୍କୁ ଭିଜିଲାନ୍ସ ଦ୍ୱାରା ଫସାଇ ଥିବା ସମ୍ପର୍କରେ ସାଧାରଣରେ ଚର୍ଚ୍ଚା ହେଉଛି ।   ଓଡ଼ିଶା ସମାଚାର

About admin

Check Also

ବେଗୁନିଆରେ ଦିନ ଦ୍ୱିପ୍ରହରରେ ଗୁଳି ଗୁଳିକାଣ୍ଡ – ଜଣେ ଗୁରୁତର ଆହତ

ଖୋର୍ଦ୍ଧା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ପାରିବାରିକ ଗଣ୍ଡଗୋଳରୁ ଦିନ ଦ୍ୱିପ୍ରହରରେ ଗୁଳି ଗୁଳିକାଣ୍ଡ ଘଟିଛି। ଗୁଳିମାଡରେ ବିଭୂତି …

Leave a Reply

Your email address will not be published. Required fields are marked *