ପାଟକୁରା ୦୮/୦୮/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ଅନ୍ତର୍ଗତ ନୂଆପଡା ବଜାରରେ ଥିବା ବ୍ୟବସାୟୀଙ୍କ ବିୟୋଗରେ ଆଜି ବଜାର ବନ୍ଦ ରହିଛି । ପ୍ରକାଶ ଯେ ,ନୂଆପଡା ବଜାରରେ ଦୀର୍ଘ ବର୍ଷରୁ ବ୍ୟବସାୟ ଆରମ୍ଭ କରିଥିବା ଦ୍ୱାରିକାନାଥ ସାହୁ (୮୨)ଙ୍କର ଗତକାଲି ସନ୍ଧ୍ୟା ୫ଟାରେ ପରଲୋକ ଘଟିଛି । ଗତ କିଛି ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥିଲେ । ନୂଆପଡା ବଜାରରେ ତାଙ୍କର ଏକ ମସୁଇଟ୍ ଷ୍ଟଲ ରହିଛି । ଦ୍ୱାରିକାନଥଙ୍କ ବିୟୋଗ ଖବର ପାଇ ଚିତ୍ରୋତ୍ପଳା ବଣିକ ସଂଘ ପକ୍ଷରୁ ସଭାପତି ନିରଞ୍ଜନ ଦାସ, ଉପଦେଷ୍ଟା ଡାକ୍ତର ବିଷ୍ଣୁ ଚରଣ ପ୍ରଧାନ,ଆଲୋକ କୁମାର ପରିଜା,ପରିକ୍ଷିତ ବେହେରା,କୌଳାଶ ଚନ୍ଦ୍ର ସାହୁ,କିଶୋର ମହାରାଜ ଓ ଅଜୟ କୁମାର ସେନାପତି ପ୍ରମୁଖ ବଣିକ ସଂଘର ସଦସ୍ୟମାନେ ଦ୍ୱାରିକାନାଥଙ୍କ ଘରକୁ ଯାଇ ଶେଷ ଦର୍ଶନ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ । ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଥିବାବେଳେ,ବଡପୁଅ ପ୍ରଫୁଲ୍ଲ ଚନ୍ଦ୍ର ସାହୁ ମୁଖାଗ୍ନି ଦେଇଥିଲେ । ଦ୍ୱାରିକାନାଥଙ୍କ ବିୟୋଗରେ ନୂଆପଡା ବଜାର ଆଜି ଦିନକ ପାଇଁ ବନ୍ଦ ରହିଥିଲା । ଓଡ଼ିଶା ସମାଚାର