Thursday , September 28 2023
Home / ତାଜା ଖବର /    ବାକି ଟଙ୍କା ମାଗିବାରୁ ହୋଟେଲ ମାଲିକ ଓ ତାଙ୍କ ପତ୍ନୀଙ୍କୁ ମାଡ଼ ଅଭିଯୋଗ

   ବାକି ଟଙ୍କା ମାଗିବାରୁ ହୋଟେଲ ମାଲିକ ଓ ତାଙ୍କ ପତ୍ନୀଙ୍କୁ ମାଡ଼ ଅଭିଯୋଗ

 ସାଲେପୁର,୦୮/୦୮/୨୦୧୯(ଓଡ଼ିଶା ସମାଚାର / ଅଭୟ ଜେନା)- ବାକି ଟଙ୍କା ମାଗିବାରୁ ହୋଟେଲ ମାଲିକ ଓ ତାଙ୍କ ପତ୍ନୀଙ୍କୁ ଠେଙ୍ଗାରେ ପିଟି ବାପ-ପୁଅ ଗୁରୁତର ଆହତ କରିଥିବା ନେଇ ହୋଟେଲ ମାଲିକର ପତ୍ନୀ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ ସାଲେପୁର ଥାନା ଅନ୍ତର୍ଗତ ରାଇସୁଙ୍ଗୁଡ଼ା ଅଂଚଳର ଭରତ ସିଂହ (୩୫) ରାଇସୁଙ୍ଗୁଡ଼ା ବଜାରରେ ଜେ.ବି. ନାମକ ଏକ ହୋଟେଲ କରି ନିଜ ପରିବାରର ଗୁଜୁରାଣ ମେଂଟାଇ ଆସୁଥିଲେ । ୧ବର୍ଷ ତଳେ ତେଲିପଡ଼ା ଗ୍ରାମର ଜଗା ପ୍ରଧାନ ଉକ୍ତ ହୋଟେଲରୁ ବାକି ଖାଇ ହୋଟେଲ ମାଲିକକୁ ବାକି ପଇସା ଦେବାପାଇଁ ଧରାଛୁଆଁ ଦେଉନଥିଲା । ଗତକାଲି ଜଗାର ପୁତ୍ର ବାଦଲ ପ୍ରଧାନ ଉକ୍ତ ହୋଟେଲକୁ ଖାଇବାକୁ ଆସିଥିବାବେଳେ ହୋଟେଲ ମାଲିକ ବାଦଲର ବାପା ଉପରେ ଥିବା ବାକି ଟଙ୍କା ସଂପର୍କରେ ବାଦଲକୁ ଅବଗତ କରାଇଥିଲେ । ଏଥିରେ ବାଦଲ ଉତକ୍ଷିପ୍ତ ହୋଇ ତାଙ୍କ ବାପା ଜଗାଙ୍କୁ ଫୋନ କରି ଡକାଇଥିଲା । ଜଗା ସେଠାରେ ପହଂଚି ଘଟଣା ସଂପର୍କରେ କିଛି କଥାବାର୍ତା ନକରି ହଠାତ ଉତକ୍ଷିପ୍ତ ହୋଇ ଉଭୟ ବାପ-ପୁଅ ମିଶି ଭରତକୁ ନିସ୍ତୁକ ମାଡ଼ ମାରିଥିଲେ । ପାଖରେ ଥିବା ଭରତର ପତ୍ନୀ ପ୍ରତିମା ସିଂହ ଏହାକୁ ବିରୋଧ କରିବାରୁ ତାକୁ ମଧ୍ୟ ମାଡ଼ ମାରିଥିଲେ । ଏଥିରେ ଭରତର ଗୋଡ଼ ଭାଙ୍ଗିଯାଇଥିଲା । ଏଠାରେ ପ୍ରକାଶ ଯୋଗ୍ୟ ଯେ ପ୍ରତିମା ୭ମାସର ଗର୍ଭବତୀ ଅଛନ୍ତି । ଏହାନେଇ ପ୍ରତିମା ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ଜଗା ମଧ୍ୟ ପାଲଟା ଅଭିଯୋଗ କରିଥିବା ଜଣାଯାଇଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *