Wednesday , October 20 2021
Breaking News
Home / ବିଶେଷ / ଦ୍ୱେତନଗରୀ ର ୫ ଟି ସିନେମା ହଲ ର ସ୍କ୍ରିନିଂ ବନ୍ଦ କରିବା ପାଇଁ କମିଶନରେଟ ପୋଲିସ୍ କାରଣ ଦର୍ଶାଅ ନୋଟିସ

ଦ୍ୱେତନଗରୀ ର ୫ ଟି ସିନେମା ହଲ ର ସ୍କ୍ରିନିଂ ବନ୍ଦ କରିବା ପାଇଁ କମିଶନରେଟ ପୋଲିସ୍ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର , ୦୭/୦୮/୨୦୧୯(ଓଡ଼ିଶା ସମାଚାର)- ଭୁବନେଶ୍ୱର ଓ କଟକ ଦ୍ୱେତନଗରୀ ର ୫ ଟି ସିନେମା ହଲ ର ସ୍କ୍ରିନିଂ ବନ୍ଦ କରିବା ପାଇଁ କମିଶନରେଟ ପୋଲିସ୍ କାରଣ ଦର୍ଶାଅ ନୋଟିସ ଜାରି କରିଛି । ଭୁବନେଶ୍ୱରର ସ୍ୱତି, ସ୍ତୁତି, ମହାରାଜା ଓ କେଶରୀ ସିନେମା ହଲ ଓ କଟକର ବୃନ୍ଦାବନ ସିନେମାହଲ କୁ ଏହି ନୋଟିସ ଜାରି କରାଯାଇଛି । ବାରମ୍ବାର ତାଗିଦ ସତ୍ୱେ ଉପରୋକ୍ତ ସିନେମା ହଲ ଗୁଡ଼ିକ ର ଫାୟାର ଏନଓସି ନଥିବାରୁ ଲାଇସେନ୍ସ ନବୀକରଣ ହୋଇପାରିନାହିଁ । ହେଲେ ଲାଇସେନ୍ସ ନଥାଇ ସେହି ପ୍ରେକ୍ଷାଳୟ ଗୁଡ଼ିକରେ ଫିଲ୍ମି ସ୍କ୍ରିନିଂ ଚାଲୁ ରହିଛି । ୨୦୧୯ ଫେବୃଆରୀ ମାସରେ ୮ ସପ୍ତାହ ମଧ୍ୟରେ ଫାୟାର ସେଫଟି ସାର୍ଟିଫିକେଟ ହାସଲ କରିବାକୁ ଉକ୍ତ ସିନେମା ହଲ ଗୁଡ଼ିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ସମୟ ଅତିବାହିତ ହୋଇଥିବାରୁ କମିଶନରେଟ ପୋଲିସ୍ ଏହି ନୋଟସ ଜାରି କରିଛି । ଏହାଛଡ଼ା ଗ୍ରାଣ୍ଡ , ଏକାମ୍ର ଓ ଜୟଶ୍ରୀ ସିନେମା ହଲ ୨୦୧୫ ରେ ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷାରେ ଅଛନ୍ତି ବୋଲି ସୁଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ – ୭୧ ଜଣ ଶିଶୁ ସଂକ୍ରମିତ – ୨ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୦/୧୦/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *