Tuesday , October 26 2021
Breaking News
Home / ତାଜା ଖବର / କାନ୍ଥ ପଡ଼ି ୨ ମାସର ଶିଶୁ ମୃତ, ମା ଓ ୩ ବର୍ଷର ଭଉଣୀ ଗୁରୁତର ଆହତ

କାନ୍ଥ ପଡ଼ି ୨ ମାସର ଶିଶୁ ମୃତ, ମା ଓ ୩ ବର୍ଷର ଭଉଣୀ ଗୁରୁତର ଆହତ

ଅନୁଗୁଳ,୦୮/୦୮/୨୦୧୯(ଓଡ଼ିଶା ସମାଚାର)- କାନ୍ଥ ପଡ଼ି ଜଣେ ୨ ମାସର ଶିଶୁର ମୃତ୍ୟୁ ହୋଇଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ ଅନୁଗୁଳ ଜିଲା କିଆକଟା ପଂଚାୟତ ଅନ୍ତର୍ଗତ ହେଲେଇ ଗ୍ରାମରେ ଏହି ଦୁର୍ଘଟଣା ଘଟିଛି । କାନ୍ଥ ପଡ଼ି ୨ ମାସର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବାବେଳେ ମା ଓ ୩ ବର୍ଷର ଭଉଣି ଗୁରୁତର ଆହତ ହୋଇଛନ୍ତି । ବୁଧବାର ରାତିରେ ସେମାନେ ଘରେ ଶୋଇଥିବା ସମୟରେ ବର୍ଷାରେ ଭିଜିଥିବା କାନ୍ଥ ପଡ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି । ଆହତ ଅବସ୍ଥାରେ ସେମାନଙ୍କୁ ହସପିଟାଲ ରେ ଭର୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ଶିଶୁ ପୁତ୍ରକୁ ମୃତ ଘୋଷଣା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ – ମୃତ ଦେହ ଉଦ୍ଧାର

କଟକ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ିକୁ ଡେଇଁପଡିଲେ ଯୁବକ । ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ …

Leave a Reply

Your email address will not be published. Required fields are marked *