ରଘୁନାଥପୁର,୦୮/୦୮/୨୦୧୯(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ କେରେକେରାସ୍ଥିତ ଗୋରଖନାଥ ପିଠ ପରିସରରେ ସ୍ଥାନୀୟ ଦୁଗ୍ଧ ଚାଷୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଚାଷୀମାନେ ଓମଫେଡ଼ ଭଳି ଏକ ଲାଭଦାୟକ ସଂସ୍ଥାକୁ ବଦନାମ କରାଯାଉଥିବା ସମ୍ପର୍କରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । କେନ୍ଦ୍ରାପଡ଼ାର ଜନୈକ ଅଧିକାରୀ ଦାନାରେ ହେରଫେର କରି ଜିଏମ କଟକ ଦୁଗ୍ଧ ସଂଘ ପକ୍ଷରୁ ନିଲମ୍ବିତ ହୋଇଥିବା ଓ ତାଙ୍କ ବିରୁଦ୍ଧରେ ଥାନାରେ ମାମଲା ହୋଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଚାଲିଥିବା ସମ୍ପର୍କରେ ଚାଷୀ ମୁରଲୀଧର ଦାସ ପ୍ରକାଶ କରିଥିଲେ । ଏହାର ଫାଇଦା ଉଠାଇବାକୁ ଯାଇ କେତେକ ନ୍ୟସ୍ତ୍ୟସ୍ୱାର୍ଥ ବ୍ୟକ୍ତି ଘରୋଇ ଡ଼ାଇରି ଙ୍କ ପକ୍ଷରୁ ଉକ୍ରୋଚ ନେଇ ଚାଷୀଙ୍କ ମଧ୍ୟରେ ବିଷ ମଂଜି ବୁଣିବାରେ ବ୍ୟସ୍ତ ରହୁଥିବାର ବୈଠଳରେ ଆଲୋଚନା ହୋଇଥିଲା । ଜଣେ ବ୍ୟକ୍ତିଙ୍କକୁ ନେଇ ଅଯଥା ଓମଫେଡ଼ ସଂସ୍ଥାକୁ ନିନ୍ଦିତ କରି ଦୁଗ୍ଧ ଚାଷୀଙ୍କ ଦାନାରେ ଧୁଳି ନଦେବା ପାଇଁ ବୈଠଳରେ ଆଲୋଚନା ହୋଇଥିଲା । ସୂଚନାଯୋଗ୍ୟ କି ସାରା ଓଡ଼ିଶାରେ ଓମଫେଡ଼ ମାଧ୍ୟମରେ ଉତ୍ପାଦିତ ଦୁଗ୍ଧ ର ୫୦ ପ୍ରତିଶତ କଟକ ଓମଫେନରୁ ସଂଗ୍ରହ କରାଯାଉଛି । ଏହାର ସିଂହଭାଗ ଜଗତସିଂହପୁରରୁ ସଂଗ୍ରହ କରାଯାଉଛି । ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘ ନାମରେ କୌଣସି ସଂସ୍ଥା ନଥିବା ଚାଷୀମାନେ ପ୍ରକାଶ କରିଛନ୍ତି । କେତେକ ବ୍ୟକ୍ତି ନିଜର ସ୍ୱାର୍ଥ ପାଇଁ ଓମଫେଡ଼ ଭଳି ଚାଷୀ ୟୁନିୟନ ସଂସ୍ଥାକୁ ବଦନାମକରିବା ପାଇଁ ଚଳାଇଥିବା ଚେଷ୍ଟାକୁ ବରଦାସ୍ତ କରାଯିବ ନାହିଁ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଏକ ନିନ୍ଦା ପ୍ରସ୍ତାବ ମଧ୍ୟ ଆଗତ କରାଯାଇଥିଲା । ଏଭଳି ଅପଚେଷ୍ଟାରୁ କ୍ଷାନ୍ତ ନରହିଲେ ଚାଷୀକୂଳ ଏହାର ଦୃଢ଼ ଜବାବ ଦେବେ ବୋଲି ନିଷ୍ପତି ନିଆଯାଇଥିଲା । ଏହି ବୈଠକରେ କୁଳମଣି ବଡ଼ୁ, ହେମନ୍ତ ଲେଙ୍କା, ସୁଧୀର ନାୟକ, ରମେଶ ସାହୁ, ଆର୍ତତ୍ରାଣ ନାଥ, ଜୟପ୍ରକାଶ ଜେନା, ବଂଶିଧର ଦାସଙ୍କ ସମେତ ବିଭିନ୍ନ ସମିତି ର ସଭାପତି ଓ ସମ୍ପାଦକ ଓ ସାଧାରଣ ଚାଷୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର