Friday , October 22 2021
Breaking News
Home / ରାଜନୀତି / ସମ୍ବିଧାନ ହତ୍ୟାକାରୀ ମୋଦି ସରକାର ବିରୁଦ୍ଧରେ ସି.ପି.ଆଇ. ଓ ସି.ପି.ଆଇ(ଏମ) ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗଣ ବିକ୍ଷୋଭ

ସମ୍ବିଧାନ ହତ୍ୟାକାରୀ ମୋଦି ସରକାର ବିରୁଦ୍ଧରେ ସି.ପି.ଆଇ. ଓ ସି.ପି.ଆଇ(ଏମ) ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗଣ ବିକ୍ଷୋଭ

କେନ୍ଦ୍ରାପଡା ୦୭/୦୮/୨୦୧୯(ଓଡ଼ିଶା ସମାଚାର)-୩୭୦ ଧାରା ଉଚ୍ଛେଦ କରି ଜାମ୍ମୁ-କାଶ୍ମୀର ରାଜ୍ୟକୁ ୨ଖଣ୍ଡ କରି କାଶ୍ମୀର ଜନ ସାଧାରଣଙ୍କ ବିରୁଦ୍ରେ ଜଘନ୍ୟ ଆକ୍ରମଣ ପ୍ରତିବାଦରେ ଓ ସମ୍ବିଧାନର ସଂଘୀୟ ବ୍ୟବସ୍ଥା ଏବଂ ଗଣ ତନ୍ତ୍ରର ସୁରକ୍ଷା ଦାବିରେ ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ସାରା ଦେଶ ବ୍ୟାପି ପ୍ରତିବାଦ ଦିବସ ଅବସରରେ ଭୀଷଣ ବର୍ଷା ସତ୍ୱେ ସି.ପି.ଆଇ. ଓ ସି.ପି.ଆଇ.(ଏମ) ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବୁଧବାର ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଆଜି ସମଗ୍ର କାଶ୍ମୀର ଉପତ୍ୟକା ଏକ ସେନା ଛାଉଣୀରେ ପରିଣତ ହୋଇଛି । ପ୍ରାୟ ୭୦ ବର୍ଷ ଧରି ଲକ୍ଷ ଲକ୍ଷ ସେନା ବାହିନୀ କାଶ୍ମୀରରେ ମୁତୟନ ହୋଇଛନ୍ତି । ତାହା ସତ୍ୱେ ଗତ ସପ୍ତାହରେ ପୁଣି ୪୮ ହଜାର ସେନାଙ୍କୁ କାଶ୍ମୀରକୁ ପଠାଯାଇଛି । କର୍ଫୁ ସହ ବିରୋଧୀ ଦଳର ନେତାମାନଙ୍କୁ ଜେଲରେ ଭର୍ତି କରାଯାଇଛି । ଟେଲିଫୋନ ଇଂଟରନେଟ ଆଦି ସମସ୍ତ ବ୍ୟବସ୍ଥାକୁ ଅଚଳ କରି ଦିଆଯାଇଛି, ସ୍କୁଲ କଲେଜ, ହୋଟେଲ ସବୁ ବନ୍ଦ କରାଯାଇଛି । ଏଭଳି ଭୟଭିତ ଅବସ୍ଥା ସୃଷ୍ଟି କରି ନରେନ୍ଦ୍ର ମୋଦି ୩୭୦ ଧାରା ବାତିଲ କରିବା ସହ ଜାମ୍ମୁ-କଶ୍ମୀର ରାଜ୍ୟକୁ ଭାଙ୍ଗି ୨ଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରିଛନ୍ତି । ସ୍ୱାଧିନ ଭାରତରେ ଏଭଳି ଘଟଣା ବିରଳ । ଦେଶ ବିଭାଜନ ଘଟିଲା ବେଳେ କାଶ୍ମୀର ଲୋକମାନେ ପାକିସ୍ଥାନ ସହିତ ନ ମିଶି ଭାରତରେ ମିଶିବା ପାଇଁ ସେକ ଅବଦୁଲ୍ଲାଙ୍କ ନେତୃତ୍ୱରେ ଜୋରଦାର ଆନ୍ଦୋଳନ କରିବାରୁ ରାଜା ହରି ସିଂ ବାଧ୍ୟ ହୋଇ କାଶ୍ମୀରକୁ ଭାରତ ସହିତ ମିଶାଇ ଥିଲେ । ୩୭୦ ଧାରା ହେଉଛି ଭାରତ ସହିତ କାଶ୍ମୀର ମିଶ୍ରଣର ଏକ ଚୁକ୍ତି । କେବଳ ୩୭୦ ଧାରା ନୁହଁ ୩୭୧ ଧାରା ମଧ୍ୟ ବିଭିନ୍ନ ରାଜ୍ୟର ସ୍ୱାତନ୍ତ୍ର‌୍ୟତାକୁ ପ୍ରକଟିତ କରୁଛି । ଦୀର୍ଘ ୭୦ବର୍ଷ ଧରି ଆର.ଏସ.ଏସ ଓ ବିଜେପି ପକ୍ଷରୁ କେବଳ କାଶ୍ମୀର ପ୍ରସଙ୍ଗକୁ ଉତ୍ଥାପନ କରି ଲୋକଙ୍କୁ ବିଭ୍ରାନ୍ତି କରାଯାଉଛି । ୩୭୦ ଧାରା ସଂପର୍କରେ ଅନେକ ମିଥ୍ୟା, କପୋଳ କଳ୍ପିତ ଓ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରାଯାଉଛି । ଏହା ହେଉଛି ଆର.ଏସ. ଏସ. ଓ ବିଜେପିର ଯୋଜନାବଦ୍ଧ ଷଡଯନ୍ତ୍ର । କାଶ୍ମୀର ବିଧାନସଭା ସ୍ୱୀକୃତି ବ୍ୟତିରେକ ରାଷ୍ଟ୍ରପତି ରାଜ୍ୟକୁ ଭାଙ୍ଗି ପାରିବେ ନାହିଁ କି କୌଣସି ସ୍ୱତନ୍ତ୍ରତା ଅଧିକାରକୁ ଖତମ କରିପାରିବେ ନାହିଁ । ଏହା ଅଗଣତାନ୍ତ୍ରୀକ କାର୍ଯ୍ୟ । ଆଜି ସଂଘୀୟ ବ୍ୟବସ୍ଥା, ସଂବିଧାନ ଓ ଗଣତନ୍ତ୍ର ଭୂଲୁଣ୍ଠିତ ହେବାକୁ ଯାଉଛି । ଏହା ବିରୁଦ୍ଧରେ ଏହି ପ୍ରତିବାଦ ସଭାରେ ବକ୍ତାମାନେ ଦେଶବାସୀଙ୍କୁ ଏକଜୁଟ ହେବାପାଇଁ ଆହ୍ୱାନ ଦେଇଥିଲେ । ଏହି ସଭାରେ ସି.ପି.ଆଇ ର ଜିଲ୍ଲା ସଂପାଦକ ରମଣୀ ରଞ୍ଜନ ରାଉତରାୟ,ସି.ପି.ଆଇ(ଏମ) ର ଜିଲ୍ଲା ସଂପାଦକ ଗୟାଧର ଧଳ, ସି.ପି.ଆଇ(ଏମ) ର ବରିଷ୍ଠ ନେତା ଉମେଶ ଚନ୍ଦ୍ର ସିଂହ, ଜଗତଜୀବନ ଦାସ, କାଳୀ ପ୍ରସାଦ ନାୟକ, ଅସିତ ମିର୍ଦ୍ଧା, ଭୀମସେନ ବେହେରା, ଦାମୋଦର ଧଳ, ତପନ ସରକାର, ରବି ମହାକୁଡ, ଅର୍ଜୁନ ମଣ୍ଡଳ, ସି.ପି.ଆଇ ର ନେତ୍ରୀ ସୁହାନା ବେଗମ, କଂଗ୍ରେସ ନେତା ବିଧୁଭୂଷଣ ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖି ମୋଦି ସରକାରର ତୀବ୍ର ସମାଲୋଚନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଙ୍କ ଇସ୍ତଫା ଦାବି ଯୋର୍ ଧରିଛି

କଳାହାଣ୍ଡି ,୨୧/୧୦/୨୧ (ଓଡିଶା ସମାଚାର / ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ …

Leave a Reply

Your email address will not be published. Required fields are marked *