ଭୁବନେଶ୍ୱର , ୦୭/୦୮/୨୦୧୯(ଓଡ଼ିଶା ସମାଚାର )- ନୂଆ ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି
ପାଇଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା । ଚୟନ କମିଟି ସୁପାରିସ କ୍ରମେ ରାଜ୍ୟପାଳ ଏହି ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । ନିକଟରେ ଲୋକାୟୁକ୍ତ ସଦସ୍ୟ ଭାବେ ଆର.ପି ଶର୍ମାଙ୍କ ନାଁକୁ ଚୟନ କମିଟି ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲଙ୍କୁ ସୁପାରିସ କରିଥିଲେ । ଏହି ସୁପାରିସକୁ ରାଜ୍ୟପାଳ ଅନୁମୋଦନ ଦେବା ପରେ ଆର.ପି ଶର୍ମାଙ୍କୁ ଲୋକାୟୁକ୍ତ ଦାୟିତ୍ୱ ଦିଆଯାଇଛି । ଲୋକାୟୁକ୍ତ ଭାବେ ଚୟନ ହେବା ପରେ ପୋଲିସ ଡିଜି ଆର.ପି ଶର୍ମା ନିଜ ପ୍ରତିକ୍ରିୟା ରଖିଛନ୍ତି । ଲୋକାୟୁକ୍ତ ସଦସ୍ୟ ଭାବେ ମନୋନୀତ ହୋଇଛି ,ବାକି ପ୍ରକ୍ରିୟା ଚାଲିଛି ସରିଲେ ସେ ଯୋଗ ଦେବେ ବୋଲି ଆର.ପି ଶର୍ମା କହିଛନ୍ତି । ଲୋକାୟୁକ୍ତ ସଦସ୍ୟ ପଦବୀ ନୂଆ ଓ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଏହା ସହ ଦୁର୍ନୀତି ନିବାରଣ ନେଇ ତାଙ୍କର ଥିବା ପୂର୍ଣ୍ଣ ଅଭିଜ୍ଞତା କାମରେ ଲଗାଇବେ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି । ସେ ୨୦୧୭ ମସିହା ଅଗଷ୍ଟ ୩୧ରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ । ତେବେ ବର୍ତମାନ ରାଜ୍ୟ ପୋଲିସ ବିଭାଗର ନୂଆ ମୁଖିଆ ଭାବେ କାହାକୁ ଦାୟିତ୍ୱ ଦିଆଯିବ ସେ ନେଇ ଏବେ ଚର୍ଚ୍ଚା ହେଉଛି । ଆର.ପି ଶର୍ମା ସ୍ୱେ୍ୱଚ୍ଛାକୃତ ଭାବେ ଅବସର ନେବାକୁ ଆବେଦନ କରିଛନ୍ତି । କିନ୍ତୁ ତାଙ୍କର ଏହି ଆବେଦନ ବି•ରାଧିନ ରହିଛି । ଓଡ଼ିଶା ସମାଚାର