Saturday , December 4 2021
Home / ବିଶେଷ / ରାଜ୍ୟସ୍ତରୀୟ ପ୍ୟାରେଡସ୍ଥଳ ବଦଳିଲା

ରାଜ୍ୟସ୍ତରୀୟ ପ୍ୟାରେଡସ୍ଥଳ ବଦଳିଲା

ଗାନ୍ଧୀ ମାର୍ଗ ପରିବର୍ତେ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେବ – ଛାତ୍ରଛାତ୍ରୀମାନେ ପ୍ୟାରେଡରେ ଅଂଶ ଗ୍ରହଣ କରିବେ ନାହିଁ
ଭୁବନେଶ୍ୱର,୦୭/୦୮/୨୦୧୯(ଓଡ଼ିଶା ସମାଚାର)- ଚଳିତ ବର୍ଷ ଦିଲ୍ଲୀ ଶୈଳୀରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପ୍ୟାରେଡ୍ ପାଇଁ ଯୋଜନା କରାଯାଇଛି । ସେଥିପାଇଁ ପ୍ୟାରେଡ୍ ସ୍ଥାନରେ ମଧ୍ୟ ପରିବର୍ତନ କରାଯାଇଛି । ଭୁବନେଶ୍ୱର ଗାନ୍ଧୀ ମାର୍ଗ ପରିବର୍ତେ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ଏହା ସହିତ କିଛି ନୂଆ ନିୟମ ମଧ୍ୟ ଏଥିରେ ଯୋଡ଼ି ଦିଆଯାଇଛି । ସବୁ ବର୍ଷ ଭଳି ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ଜାତୀୟ ପତକା ଉତୋଳନ କରିବେ । ଏହା ସହିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ । ମାତ୍ର ଛାତ୍ରଛାତ୍ରୀମାନେ ଆଉ ପ୍ୟାରେଡରେ ଅଂଶ ଗ୍ରହଣ କରି ପାରିବେ ନାହିଁ । ଛାତ୍ରଛାତ୍ରୀମାନେ କେବଳ ପ୍ୟାରଡେକୁ ଦେଖି ପାରିବେ । କେବଳ ପୋଲିସ ଫୋର୍ସ ପରେଡ୍ ଭାଗ ନେଇ ପାରିବେ । ଏଥର ଚାରୋଟି ଟ୍ରୁପ୍ ପ୍ୟାରେଡେ ଭାଗ ନେବେ । ଟେରିଟୋରିଆଲ୍ ଆର୍ମି, ତେଲେଙ୍ଗାନା ପୋଲିସ, ସେଂଟ୍ରାଲ ଆର୍ମଡ୍ ଫୋର୍ସ ଓ ଓଡ଼ିଶା ପୋଲିସ ସ୍ପେଶାଲ ଆର୍ମଡ୍ ଅଂଶ ଗ୍ରହଣ କରିବେ । ଏ ନେଇ ପୋଲିସ କମିଶନର୍ ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି । ପୋଲିସ ଡିଜି ପ୍ରଥମେ ପ୍ରଦର୍ଶନୀ ପଡ଼ିଆ, କଳିଙ୍ଗ ଷ୍ଟାଡିୟମ୍ ଓ ଏକାମ୍ରରେ ପ୍ୟାରେଡ୍ ପାଇଁ ସ୍ଥାନ ଠିକ୍ କରିଥିଲେ । ଏହା ପରେ ସମସ୍ତ ସ୍ଥାନ ତଦାରଖ ପରେ ପ୍ରଦର୍ଶନୀ ପଡ଼ିଆକୁ ଚୟନ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *