Wednesday , October 4 2023
Breaking News
Home / ବିଶେଷ / ପଟ୍ଟାମୁଣ୍ଡାଇ ଏମ.ଏନ.ହାଇସ୍କୁଲରେ ପିଲାଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ

ପଟ୍ଟାମୁଣ୍ଡାଇ ଏମ.ଏନ.ହାଇସ୍କୁଲରେ ପିଲାଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ

କେନ୍ଦ୍ରାପଡା,୦୬/୦୮/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ମନ୍ନଥନାଥ ହାଇସ୍କୁଲରେ ଜିଲ୍ଲାପାଳ ସମର୍ଥ ବର୍ମା ମଙ୍ଗଳବାର ପୂର୍ବାହ୍ନରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇଥିବାର ଦେଖାଯାଇଛି । ଜିଲ୍ଲାପାଳ ଶ୍ରୀ ବର୍ମା ସେହି ବିଦ୍ୟାଳୟରେ ଅନୁଷ୍ଠିତ ସେନସେକ୍ସ ବୈଠକରେ ଯୋଗଦେବା ନିମନ୍ତେ ପୂର୍ବାହ୍ନ ପ୍ରାୟ ସାଢେ ଦଶଟା ସମୟରେ ପହଁଚିଥିବା ବେଳେ ବୈଠକ ଶେଷ ହେବା ପରେ ସ୍କୁଲର ବିଭିନ୍ନ ସମସ୍ୟା ଓ ପିଲାମାନଙ୍କ ପାଠପଢା ସମ୍ପର୍କରେ ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଜିଲ୍ଲାପାଳ ସେହି ସ୍କୁଲର ଦଶମ ଶ୍ରେଣୀ ଗୃହରେ ପ୍ରବେଶ କରି ଜ୍ୟାମିତି ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶ୍ନ ପଚାରିଥିଲେ । ସଠିକ ଉତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ଗୋଟିଏ ଗୋଟିଏ ପେନ୍ ଉପହାର ଦେଇଥିବା ଜଣାପଡିଛି । ଏହାଦ୍ୱାରା ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗୀ ମନଭାବ ବୃଦ୍ଧି ପାଇବ । ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତନ ଆଣି ବାକୁ ବିଭିନ୍ନ ସମୟରେ ସମୀକ୍ଷା ବୈଠକ କରି ସର୍ବଦା ପ୍ରୟାସ ଜାରି ରଖିଛନ୍ତି ଜିଲ୍ଲାପାଳ ଶ୍ରୀ ବର୍ମା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *