Thursday , October 21 2021
Breaking News
Home / ବିଶେଷ / ଦୁଷ୍କର୍ମକାରୀଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଦୁଷ୍କର୍ମକାରୀଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ନୂଆପଡା, ୦୭/୦୮/୨୦୧୯(ଓଡ଼ିଶା ସମାଚାର)- ନୂଆପଡା ଜିଲ୍ଲା ଖଡିଆଳ ଦୌରାଜଜ ପ୍ରଦୀପ କୁମାର ପ୍ରଧାନ ଏକ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଜୋରିମାନା ଟଙ୍କା ପିଡିତାଙ୍କୁ କ୍ଷତିପୂରଣ ସ୍ୱରୁପ ପ୍ରଦାନ କରାଯିବା ପାଇଁ ଆଦେଶ କରିଥିବା ବେଳେ ପିଡିତାଙ୍କୁ ଅତିରିକ୍ତ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ସୁପାରିସ କରିଛନ୍ତି । ସବିଶେଷ ବିବରଣୀ ଅନୁଯାୟୀ ପିଡିତାଙ୍କ ଏକ କମ୍ପେ୍ଲନ କେଶର ଆଧାରରେ ସିନାପାଲି ପୋଲିସ ଅଭିଯୁକ୍ତ ସିନାପାଲି ଥାନାର ସିଙ୍ଗଝର ଗ୍ରାମର ସନ୍ତୋଷ ରାଉତଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୪୨, ୩୭୬, ୩୬୬ ଓ ୩୦୫ ଅନୁସାରେ ଚାର୍ଜସିଟ ଦାଖଲ କରିଥିଲେ । ଖଡିଆଳ ସହକାରୀ ଦୌରାଜଜଙ୍କ ଅଦାଳତର ମୋକର୍ଦ୍ଦମା ସଂଖ୍ୟା ଏସଟି-୪୫/୨୦୧୬ ରେ ଉକ୍ତ ମାମଲା ବିଚାର ହେବା ପରେ ମାନ୍ୟବର ଅଦାଳତ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଧାରା ୩୪୨, ୩୬୬ ୫୦୬ ରେ ନିର୍ଦ୍ଧୋଷ ସାବିତ କରିଥିବା ବେଳେ ସାକ୍ଷ୍ୟ ମାନଙ୍କ ପ୍ରମାଣ ଆଧାରରେ ଅଭିଯୁକ୍ତ ସନ୍ତୋଷ ରାଉତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଉକ୍ତ ମାମଲାକୁ ପିଡିତାଙ୍କ ତରଫରୁ ସରକାରୀ ଓକିଲ ବାଂଛାନିଧି ବେହେରା ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାହାଙ୍ଗା କୋଠପଦା ରେ ଗଣକବି ବୈଷ୍ଣବପାଣିଙ୍କ ୧୩୯ ତମ ଜୟନ୍ତୀ ସମାରୋହ

ମାହାଙ୍ଗା, ୨୦/୧୦/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) – ଓଡ଼ିଆ ଗୀତିନାଟ୍ୟ ଜଗତର ମଉଡମଣୀ, ପ୍ରଖ୍ୟାତ ସାରସ୍ୱତ ସାଧକ, ଗଣକବି …

Leave a Reply

Your email address will not be published. Required fields are marked *