Sunday , September 24 2023
Breaking News
Home / ବିଶେଷ / ଜାତୀୟ ରାଜପଥ ବଡପାଳ ନିକଟରେ ଟ୍ରକ୍ ମାନଙ୍କରୁ ଲୁଟ୍

ଜାତୀୟ ରାଜପଥ ବଡପାଳ ନିକଟରେ ଟ୍ରକ୍ ମାନଙ୍କରୁ ଲୁଟ୍

ପୋଲିସ ସାଜିଛି ନିରବଦ୍ରଷ୍ଟା !

ପାରାଦ୍ୱୀପ ୦୬/୦୮/୨୦୧୯(ଓଡ଼ିଶା ସମାଚାର)-ପାରାଦ୍ୱୀପ ବନ୍ଦର ଭାରତ ବର୍ଷର ଗଭୀରତମ ବନ୍ଦର ହୋଇଥିବାରୁ ଦେଶର ଅନ୍ୟ ବନ୍ଦର ଅପେକ୍ଷା ପଣ୍ୟ କାରବାରରେ ବହୁ ଆଗରେ । ପାରାଦ୍ୱୀପ ବନ୍ଦର ଆମଦାନୀ ଓ ରପ୍ତାନୀ କ୍ଷେତ୍ରରେ ଅନେକ ସଫଳତା ପାଇ ମାଇଲଖୁଣ୍ଟ ସ୍ଫାପନ କରିଥିବା ବେଳେ ବନ୍ଦରର ସଫଳତାରେ ଟ୍ରକ୍ ଦ୍ୱାରା ପରିବହନ ଏକ ଅଂଶ । ଆମଦାନୀ ଓ ରପ୍ତାନୀ କ୍ଷେତ୍ରରେ ଟ୍ରକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କେଉଁଝରରୁ  ଆଇରନଓର ଫାଇନ୍ସ ବୋଝେଇ ଟ୍ରକ୍ ହଜାର ହଜାର ସଂଖ୍ୟାରେ ପାରାଦ୍ୱୀପକୁ ଆସୁଛି । ପ୍ରତ୍ୟେକଦିନ ଟ୍ରକ୍ ମାଲ ଖଲାସ କରିବା ପାଇଁ ପାରାଦ୍ୱୀପ ଅଠରବାଙ୍କୀ ପ୍ରବେଶ ପଥରୁ ୬୦କିଲୋମିଟରରୁ ଉର୍ଦ୍ଧ ଲମ୍ବା ଧାଡି ଲାଗୁଛି । ଜାତୀୟ ରାଜପଥରେ  ଟ୍ରକ୍ ଗୁଡିକ ଧାଡିରେ ଅଟକି ରହି ଧିରେ ଧିରେ ଆଗକୁ ବଢନ୍ତି । ଏହି ୬୦ କିଲୋମିଟର ଅତିକ୍ରମ କରିବା ପାଇଁ ଡ୍ରାଇଭର ମାନଙ୍କୁ ୪ଦିନରୁ ଅଧିକ ସମୟ ଲାଗିଥାଏ । ସେହିସମୟରେ ଡ୍ରାଇଭର  ଓ ଖଲାସୀମାନେ ଅନେକ ଯନ୍ତ୍ରଣା ଭୋଗ କରନ୍ତି । ନା ଗାଧେଇବା ପାଇଁ ଥାଏ ପାଣି ନା ଖାଇବା ପାଇଁ ଖାଦ୍ୟ ମିଳିଥାଏ । ଯାହାକି ଯମଯନ୍ତ୍ରଣା ଠାରୁ କୌଣସି ଗୁଣରେ କମ୍ ନୁହେଁ । ଆଧୁନିକ ସମାଜରେ ମାନବିକ ଅଧିକାର କ୍ଷୁଣହୁଏ ବୋଲି ଆଇନଜ୍ଞ ମାନେ ମତ ଦିଅନ୍ତି । କାର୍ଯ୍ୟରତ ଥିବା ଡ୍ରାଇଭର ମାନେ ହୋଟେଲ ପାଖରେ ପହଁଞ୍ଚିବା ପାଇଁ ଇଚ୍ଛାଥିଲେ ମଧ୍ୟ ଧାଡିରୁ ବାହାରିବାର ଉପାୟ ନଥାଏ । ପାରାଦ୍ୱୀପ ବନ୍ଦରକୁ ଆସୁଥିବା ପଣ୍ୟ ବୋଝେଇ ଟ୍ରକ୍ ପ୍ରାକିଂ ନଥିବାରୁ  ଜାତୀୟ ରାଜପଥରେ ଧାଡି ହେବା ଯୋଗୁଁ ଏପରି ଦୃର୍ଦ୍ଦଶା ଭୋଗିବାକୁ ପଡେ । ଆଉ ରାତିହେଲେ ଏହି ନିରିହ ଡ୍ରାଇଭର ମାନଙ୍କ ଉପରେ ଆକ୍ରମଣ ହୁଏ । ଚୋରୀ, ଡକାୟତି, ରାହାଜାନୀ ବଢିଚାଲେ । ରାତିଯେତେ ବଢେ ଡକାୟତଙ୍କ ରାଜ ସେତେ ବଢିଚାଲେ । ନା ଥାଏ ରାସ୍ତାରେ ଆଲୋକ, ନା ଥାଏ ପୋଲିସ ପ୍ରାଟ୍ରୋଲିଂ ଥାଏ । ଯାହାର ସଦ୍ୟତମ ଘଟଣା ଆଜି ବଡପାଳ ବିଜ୍ର ନିକଟରେ ଘଟିଯାଇଅଛି । ୨୦ରୁ ଉର୍ଦ୍ଧ ଟ୍ରକ୍ରୁ ଛୁରା ବନ୍ଧୁକ ଦେଖାଇ ଡକାୟତମାନେ ସଙ୍ଘବନ୍ଧଭାବେ ଡ୍ରାଇଭରଙ୍କୁ ଆକ୍ରମଣ କରି ଗାଡିଟାଙ୍କିରୁ  ଡିଜେଲ, ଟଙ୍କା ଓ ମୋବାଇଲ୍ ଲୁଟିନେଇଛନ୍ତି । ବଡପାଳ ବଜାରରେ ଅନେକ ବେଆଇନ୍ ଡିଜେଲ ଦୋକାନ ଥିଲେ ମଧ୍ୟ ପୋଲିସ ନଜରକୁ ନ ଆସିବା ପୋଲିସର କାର୍ଯ୍ୟଧାରା ଉପରେ ପ୍ରଶ୍ନ ସୃଷ୍ଟି କରେ । ବଡପାଳ ବଜାରରୁ ଦୁଇ କିଲୋମିଟର ଭିତରେ ଅନେକ ତେଲ ଟାଙ୍କୀ ଥିଲେ ମଧ୍ୟ ବଡପାଳ ବଜାରରେ ଏତେତେଲ ଦୋକାନ କାହାପାଇଁ ଓ କଣ ପାଇଁ ସାଧାରଣରେ ପ୍ରଶ୍ନ ସୃଷ୍ଟି କରେ ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *