Friday , January 28 2022
Breaking News
Home / ତାଜା ଖବର / କଳାହାଣ୍ଡି : ପେଟଫୁଲା ନଦୀରେ ରେ ବନ୍ୟା, ୧୨ ଟି ଗ୍ରାମ ଜଲବନ୍ଦି, ନଦୀରେ ଭାସିଯାଇ ଜଣେ ନିଖୋଜ

କଳାହାଣ୍ଡି : ପେଟଫୁଲା ନଦୀରେ ରେ ବନ୍ୟା, ୧୨ ଟି ଗ୍ରାମ ଜଲବନ୍ଦି, ନଦୀରେ ଭାସିଯାଇ ଜଣେ ନିଖୋଜ

କଳାହାଣ୍ଡି ,୦୭/୦୮/୨୦୧୯(ଓଡ଼ିଶା ସମାଚାର / ସଂଜୟ କୁମାର ସିଂହ) –କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଳକ ପେଟଫୁଲା ନଦୀରେ ବଢି ପାଣି ଆସିବାରୁ କେରପାଇ ଗ୍ରା.ପ. ର ୧୨ ଟି ଗ୍ରାମ ଜଲବନ୍ଦି ଅବସ୍ଥାରେ ଅଛି । କଳାହାଣ୍ଡିରେ ଲଗାଣ ବର୍ଷା ଯୋଗୁଁ ଥୁଆମୂଳ ରାମପୁର ବ୍ଳକରେ ବନ୍ୟା ପରିସ୍ଥିତିସୃଷ୍ଟି ହୋଇଛି । କେରପାଇ ଠାରୁ କାଚେଲେଖା ସମ୍ପୁର୍ଣ୍ଣ ଭାବେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ପଡାପାଲ, ମୁଲରଙ୍ଗା, ସୁଙ୍ଗେରଗଡ, ସେର୍କାପାଇ, ମାଝୀଗାଁ, ତରାମୁଣ୍ଡି, ମହାଜାଲ, ଚିମରାଙ୍ଗପଦର ଗ୍ରାମ ଗୁଡିକର ଲୋକେ ଗ୍ରାମପଂଚାୟତ କାର୍ଯ୍ୟାଳୟ କିମ୍ବା ବ୍ଳକକୁ ଯାଇପାରୁ ନାହାନ୍ତି । କାଠଖୁରା ଗ୍ରାମର ସେଲ ମାଝୀ ପେଟଫୁଲା ନଦୀରେ ପାର ହେଉଥିବା ସମୟରେ ଭାସିଯାଇ ନିଖୋଜ ଅଛନ୍ତି । ବର୍ତମାନ ପର୍ଯ୍ୟନ୍ତ ତାଙ୍କର ଖୋଜଖବର ମିଲିପାରିନାହିଁ । ଏମିତିବର୍ଷା ଯଦି ଲାଗିରହେ ତାହେଲେ ଧନ ଜୀବନ ନଷ୍ଟହେବା ସହ ଘରଦ୍ୱାର ଭାଙ୍ଗିବାର ଆଶଙ୍କା ରହିଛି । ଓଡ଼ିଶା ସମାଚାର

About admin

Check Also

ପାହାଡି ତରଙ୍ଗ ତରଫରୁ ସାଧାରଣ ତନ୍ତ୍ର ଦିବସ ପାଳିତ

ବାଲିଗୁଡା,୨୮/୦୧/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ାଠାରେ ଥିବା କନ୍ଧମାଳ ଜିଲ୍ଲାର ସର୍ବପୁରାତନ କଳା ଓ ସାଂସ୍କୃତିକ ଅନୁଷ୍ଠାନ “ପାହାଡ଼ି ତରଙ୍ଗ …

Leave a Reply

Your email address will not be published. Required fields are marked *