ସ୍ମୁତି କେବେ ମହକାଏ
ପରିଜାତର ବାସ୍ନାରେ
ତୁମ ସାନିଧ୍ୟର ସ୍ପର୍ଶ ଦେଇ..
କେବେ ମେଘର
ସିକ୍ତ କବରୀରୁ
ଅସୁମାରୀ ଲୁହର
ବନ୍ୟା ହୋଇ…
ସ୍ମୁତି ଏକ
ଚୁଲବୁଲି ଅଝଟ ପ୍ରେମିକା
ଛୁଇଁଦେଇ ଦେଇଦିଏ
ବିଜୁଳିର ସ୍ପର୍ଶ
ଜୀବନ ଜଉଘରେ
କେବେ ପୂର୍ଣ୍ଣତା ତ
କେବେ ଶୂନ୍ୟତାରେ ଦିଏ
ଅସୁମାରୀ ଗଳ୍ପର
ଭଗ୍ନାଂଶ..
ସ୍ମୁତି ତୁମେ
ଅପହଞ୍ଚ ଇଲାକାର
ଅନ୍ତହୀନ ଶୋଷ
ଅଫେରା ରାଇଜେ
ସମ୍ପର୍କର
ଅସରନ୍ତି ଅଲିଭା ଉପନ୍ୟାସ
-0-
ଦେଉଳ ସାହି , ଢ଼େଙ୍କାନାଳ , ଓଡ଼ିଶା