Tuesday , October 19 2021
Breaking News
Home / ତାଜା ଖବର / ସାଲେପୁର ବ୍ଲକ୍ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ସାଲେପୁର ବ୍ଲକ୍ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ସାଲେପୁର, ୦୬/୦୮/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)- ଆଜି ସନ୍ଧ୍ୟାରେ ସର୍ଟ ସର୍କିଟ୍ ଯୋଗୁ ସାଲେପୁର ବ୍ଲକ୍ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିଲା । ଦମକଳ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିବାବେଳେ ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାଯାଇଛି । ଆଜି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସାଲେପୁର ପଂଚାୟତ ସମିତି ଅଧ୍ୟକ୍ଷା ନିଜ କାର୍ଯ୍ୟାଳୟରେ ଥିବାବେଳେ ହଠାତ୍ ଏ.ସି. ତାରରେ ସର୍ଟସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା । ବ୍ଲକ୍ ପକ୍ଷରୁ ସଂଗେ ସଂଗେ ସାଲେପର ଅଗ୍ନିଶମ ବିଭାଗକୁ ଖବର ଦେବାପରୋ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ଯଦି ଠିକ୍ ସମୟରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚିନଥାନ୍ତା ତେବେ ବଡ଼ ଧରଣର ଅଘଟଣ ଘଟିଥାନ୍ତା । ଏହି ଅଗ୍ନିକାଣ୍ଡରେ ଏ.ସି.  ପୋଡ଼ିଯାଇଥିବା ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

ଜଗତପୁର ନୂତନ ଶିଳ୍ପାଞ୍ଚକରେ ଥିବା ଅଗରବତୀ କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ

କଟକ୧୭/୧୦/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକ ଜିଲ୍ଲା ଜଗତପୁର ନୂତନ ଶିଳ୍ପାଞ୍ଚକରେ ଥିବା ଏସ ଏସ ଏଣ୍ଟରପ୍ରାୟଜେସ , ମଙ୍ଗଲଦୀପ ଅଗର …

Leave a Reply

Your email address will not be published. Required fields are marked *