Tuesday , October 26 2021
Breaking News
Home / ତାଜା ଖବର / ତାଜା ଖବର :କେନ୍ଦ୍ରାପଡ଼ାରେ ପୁଣି ଏନକାଉଂଟର – ଦୁର୍ଦ୍ଦାନ୍ତ ଅପରାଧୀ ଆସିଫ .ଆହତ – ବାଇକ , ପିସ୍ତଲ ଆଦି ଜବତ

ତାଜା ଖବର :କେନ୍ଦ୍ରାପଡ଼ାରେ ପୁଣି ଏନକାଉଂଟର – ଦୁର୍ଦ୍ଦାନ୍ତ ଅପରାଧୀ ଆସିଫ .ଆହତ – ବାଇକ , ପିସ୍ତଲ ଆଦି ଜବତ

କେନ୍ଦ୍ରାପଡା ,୦୬/୦୮/୨୦୧୯ ( ଓଡ଼ିଶା ସମାଚାର)- ରାଜଧାନୀରେ କମିଶନରେଟ ପୋଲିସ୍ ଅପରେସନ୍ କ୍ଲିନ୍ ଆରମ୍ଭ କରି ୪୮ ଘଂଟା ମଧ୍ୟରେ ପାଂଚ ପାଂଚଟି ଏନକାଉଂଟର କରି ରେକର୍ଡ଼ ଭାଙ୍ଗିଥିବାବେଳେ ଏହାକୁ ତାଳ ଦେଇ କୁଜଙ୍ଗ ଓ ଆସିକା ରେ ପୋଲିସ ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀମାନେ ଆହତ ହୋଇଥିବାବେଳେ ଅପରାଧୀଙ୍କ ଏନ୍ତୁଡ଼ିଶାଳ କେନ୍ଦ୍ରାପଡ଼ାରେ ପୁଣି ଏନକାଉଂଟର ହୋଇଛି । ସୋମବାର ବିଳମ୍ବିତ ରାତିରେ ସଦର ଥାନା ପୋଲିସ୍ ଓ ସ୍ପେଷାଲ ସ୍କ୍ୱାର୍ଡ଼ ପୋଲିସ୍ ମିଳିତ ଭାବେ କଂସାର ଗଣ୍ଡାଖିଆ ରାସ୍ତାରେ ଏନକାଉଂଟର କରିଛନ୍ତି । ଏହି ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ଆସିଫ ଆଲିଆସ ମେହେତାବ ଆହତ ହୋଇଛି । ତାର ଦୁଇ ଗୋଡ଼ରେ ୩ ଟି ଗୁଳି ବାଜିଛି । ଆହତ ଆସିଫ କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲା ହସପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାକୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ମିଳିଥିବା ତାଜା ସୂଚନା ଅନୁସାରେ ଗତ ଜୁଲାଇ ୧୩ ତାରିଖ ରାତିରେ ରେ ତିନିମୁହାଣୀ ବଜାର ବ୍ୟବସାୟୀ ସଂଘ ସଭାପତି ତଥା ରାମ ମନ୍ଦିର ପରିଚାଳନା କମିଟିର ସଭାପତି ବ୍ୟବସାୟୀ ବିବେକାନନ୍ଦ ମହାରଣା (ବାବୁଲି) ଦୋକାନ ବନ୍ଦ କରି ମୋଟରସାଇକେଲ ରେ ଘରକୁ ଯାଉଥିବାବେଳେ ଗୁୂଲନଗର ହାଇସ୍କୁଲ ଛକ ନିକଟରେ ତାଙ୍କୁ ଗୁଳିମାଡ଼ ହୋଇଥିଲା । ତହିଁ ପରଦିନ ତିନିମୁହାଣି ଛକରେ ରାସ୍ତା ରୋକୋ କରାଯିବା ସହ କେନ୍ଦ୍ରାପଡ଼ା ଜିଲା ବନ୍ଦ ଡ଼ାକରା ଦିଆଯାଇଥିଲା । ସେହି ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲା ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ଆସିଫ ଆଲିଆସ ମେହେତାବ । ତାକୁ ଧରିବା ପାଇଁ ପୋଲିସ୍ ଜାଲ ବିଛାଇଥିଲା । ସେମାବାର ବିଳମ୍ବିତ ରାତିରେ (ପ୍ରାୟ ରାତି ସାଢ଼େ ୩ ଟାରେ ) ପଟ୍ଟାମୁଣ୍ଡାଇ ରୁ କଂସାର ଗଣ୍ଡାଖିଆ ରାସ୍ତାରେ ଏକ ମୋଟରସାଇକେଲ ରେ ସେ ଓ ତାର ଜଣେ ସହଯୋଗୀ ଘରକୁ ଫେରୁଥିଲେ । କୌଣସି ସୂତ୍ରରୁ ଏହି ଖବର ପାଇ ସଦର ଥାନା ପୋଲିସ୍ ଆଇଆଇସି ମହେଶ୍ୱର ସେଠୀ ଓ ସ୍ପେଷାଲ ସ୍କ୍ୱାର୍ଡ଼ ର ପ୍ରଦୀପ୍ତ କାନୁନଗୋ ଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ତାକୁ ଧରିବା ପାଇଁ ସାହାନ୍ତସାହି ଗଣ୍ଡାଖିଆ କେନାଲବନ୍ଧ ରାସ୍ତାରେ ଯାଉଥିଲେ । ଏହି ରାସ୍ତାର ପେଟୁଆ ଛକ ଓ ଏରା ଛକ ମଧ୍ୟବର୍ତୀ ସ୍ଥାନରେ ପୋଲିସ୍ ତାକୁ ଦେଖି ଅଟକାଇବାରୁ ସେ ପୋଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିବା ବେଳେ ପୋଲିସ ପାଲଟା ଗୁଳି ଚଳାଇବାରୁ ତାର ଦୁଇ ଗୋଡ଼ରେ ୩ ଟି ଗୁଳି ବିଜିଥିଲା । ଫଳରେ ସେ ଆହତ ହୋଇ ଯାଇପାରିନଥିଲା । କିନ୍ତୁ ଅନ୍ଧାରର ସୁଯୋଗ ନେଇ ତା ସହିତ ଥିବା ତାର ସହଯୋଗୀ ଜଣକ ଖସିଯିବାକୁ ସଫଳ ହୋଇଥିଲା । ପୋଲିସ୍ ତା ଠାରୁ ଗୋଟିଏ ପିସ୍ତଲ, ଏକ ନମ୍ବର ବିହିନ ବାଇକ, ୯ ହଜାର ଟଙ୍କା,୨ ଟା ମୋବାଇଲ ସିମ, ୨ ଟା ମୋବାଇଲ ଫୋନ , ଆଧାର କାର୍ଡ଼ ଆଦି ଜବତ କରି ଆହତ ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲା ହସପିଟାଲକୁ ନେଇ ଚିକିତ୍ସା କରିଥିଲା । ପରେ ତାକୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ତା ନାମରେ ୩୦ ରୁ ଅଧିକ ଅପରାଧିକ ମାମଲା ରହିଛି । ବିବେକାନନ୍ଦ ମହାରଣା ଗୁଳିମାଡ଼ ଘଟଣାର ସେ ଥିଲା ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ – ମୃତ ଦେହ ଉଦ୍ଧାର

କଟକ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ିକୁ ଡେଇଁପଡିଲେ ଯୁବକ । ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ …

Leave a Reply

Your email address will not be published. Required fields are marked *