Thursday , September 28 2023
Home / ବିଶେଷ / ଶିଶୁ ଅନନ୍ତ ସ୍ୱୟଂ ସହାୟିକା ଗୋଷ୍ଠିର ଅଭିଯୋଗ

ଶିଶୁ ଅନନ୍ତ ସ୍ୱୟଂ ସହାୟିକା ଗୋଷ୍ଠିର ଅଭିଯୋଗ

କେନ୍ଦ୍ରାପଡା, ୦୬/୦୮/୨୦୧୯(ଓଡ଼ିଶା ସମାଚାର)- ମହାକାଳପଡା ବ୍ଲକ ଅନ୍ତର୍ଗତ କୋଚିଳା ଗ୍ରାମସ୍ଥିତ ଶିଶୁ ଅନନ୍ତ ସ୍ୱୟଂ ସହାୟିକା ଗୋଷ୍ଠିର ବ୍ୟାଙ୍କ ଋଣ ପରିଷୋଧ ଆଶା ଦେଖାଇ ମନୋରଞ୍ଜନ ସ୍ୱାଇଁ ଓରଫ ବଗୁନା ୫ହଜାର ଟଙ୍କା ସେମାନଙ୍କ ଠାରୁ ଆତ୍ମସାତ କରି ଫେରାର ହୋଇଯାଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଷ୍ଟେଟବ୍ୟାଙ୍କର ୪୦ହଜାର ଟଙ୍କା ପରିଷୋଧ ନେଇ ଗୋଷ୍ଠିର ସଦସ୍ୟାମାନେ ସମସ୍ୟାର ସମ୍ମୁଖିନ ହୋଇଥିଲେ । ଜଣେ ବ୍ୟାଙ୍କ କର୍ମଚାରୀ ୨ଲକ୍ଷ ଟଙ୍କା ପରିଷୋଧ କରିବା ପାଇଁ ହଇରାଣ ହରକତ କରୁଛନ୍ତି । ସେଥିପାଇଁ ଉକ୍ତ ଗୋଷ୍ଠିକୁ ପୁନର୍ବାର ବ୍ୟାଙ୍କ ଋଣ ଦେଉନାହିଁ । ନିମ ସ୍ୱାଇଁ,ପଙ୍ଗି ସ୍ୱାଇଁ,ରଜନୀ ଦାସ,ରୁକ୍ମିଣୀ ସ୍ୱାଇଁ,କବିତା ଦାସ, କାଂଚନ ଦାସ ପ୍ରମୁଖ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *