Saturday , October 16 2021
Breaking News
Home / ବିଶେଷ / ରାଜଭବନ କର୍ମଚାରୀଙ୍କ ବଦଳି ଲାଗି ୬ଜଣିଆ କମିଟି

ରାଜଭବନ କର୍ମଚାରୀଙ୍କ ବଦଳି ଲାଗି ୬ଜଣିଆ କମିଟି

ଭୁବନେଶ୍ୱର,୦୬/୦୮/୨୦୧୯(ଓଡ଼ିଶା ସମାଚାର)- ରାଜଭବନ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଁ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେସୀ ଲାଲ ରାଜଭବନର କର୍ମଚାରୀମାନଙ୍କ ବଦଳି ଲାଗି ରାଜ୍ୟସରକାରଙ୍କୁ ପରାମର୍ଶ ଦେବା ପରେ ସରକାର ୬ ଜଣିଆ କମିଟି ଗଠନ କରିଛନ୍ତି । ରାଜଭବନ ବଦଳି କମିଟିର ଅଧ୍ୟକ୍ଷ ଭାବେ ଅର୍ଥ ବିଭାଗ ପ୍ରମୁଖ ସଚିବ, ବିଧି ବିଭାଗ ପ୍ରମୁଖ ସଚିବ, ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ, ସ୍ୱରାଷ୍ଟ୍ର ବିଭାଗର ପ୍ରତିନିଧି ଏହାର ସଦସ୍ୟ ରହିବେ । ସଂସଦୀୟ ବ୍ୟାପାର ବିଭାଗର ପ୍ରମୁଖ ସଚିବ ଏହି କମିଟିର ଆବାହକ ଭାବେ କାର୍ଯ୍ୟ କରିବେ ବୋଲି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ୨୦୦୨ ମସିହା ଏପ୍ରିଲ୍ ମାସ ୬ ତାରିଖରେ ଗୃହ ବିଭାଗର ପୂର୍ବତନ ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ବଦଳି କମିଟି ଦେଇଥିବା ରିପୋର୍ଟକୁ ସମୀକ୍ଷା କରାଯିବ । ପରବର୍ତୀ ସମୟରେ ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ସନ୍ତୋଷ କୁମାରଙ୍କ ଅଧ୍ୟକ୍ଷତାରେ ରାଜଭବନ ବଦଳି କମିଟି ରିପୋର୍ଟ ରାଜଭବନ କାର୍ଯ୍ୟାଳୟର ଥିବା ଜଣାଯାଇଛି । ତା’ ଉପରେ ମଧ୍ୟ ସମୀକ୍ଷା ହେବ ବୋଲି ଜଣାଯାଇଛି । ସଚିବାଳୟ କର୍ମଚାରୀଙ୍କ ଭଳି ରାଜଭବନର କର୍ମଚାରୀମାନଙ୍କର ପଦୋନ୍ନତି ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ଦେଉନଥିବାରୁ ଏଠାରେ କାର୍ଯ୍ୟରତ କର୍ମଚାରୀମାନେ ରାଜ୍ୟ ସଚିବାଳୟର କମନ୍ କ୍ୟାଡର ଅନ୍ତର୍ଭୁକ୍ତ ହେବା ଲାଗି ୧୯୮୨ ମସିହା ଠାରୁ ଦାବି କରିଆସୁଥିଲେ । ଏ ସଂପର୍କରେ ରାଜ୍ୟ ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗର ନାଲି ଫିତା ତଳେ ଚାପି ହୋଇ ରହି ଯାଇଥିଲା । ଏ ସଂପର୍କୀୟ ପ୍ରସ୍ତାବ ସଂସଦୀୟ ବ୍ୟାପାର ବିଭାଗକୁ ୧୮ ବର୍ଷ ତଳେ ଯାଇଥିଲେ ମଧ୍ୟ ବିଭାଗୀୟ ସଚିବ କୌଣସି ଗଠନ ମୂଳକ ପଦକ୍ଷେପ ନେଇ ନ ଥିଲେ । ଏହି ବିଷୟରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବଙ୍କୁ ରାଜଭବନର ଜଣେ ବରିଷ୍ଠ କର୍ମଚାରୀ ୨୧ ଗୋଟି ଦରଖାସ୍ତ ମାଧ୍ୟମରେ ଜଣାଇବା ପରେ ବଦଳି ଫାଇଲି ଖୋଜା ଖୋଜି ଆରମ୍ଭ ହୋଇଥିଲା । ଏ ବର୍ଷ ୨ ଜଣ କର୍ମଚାରୀ ଅବସର ଗ୍ରହଣ କରିବେ ଓ ଆସନ୍ତା ବର୍ଷ ୫ ଜଣ କର୍ମଚାରୀ ଅବସର ଗ୍ରହଣ କରିବେ ବୋଲି ଜଣାଯାଇଛି । ଏହି ରାଜଭବନ ବଦଳି ପ୍ରକ୍ରିୟାକୁ ରାଜଭବନ କର୍ମଚାରୀ ସ୍ୱାଗତ କରିଥିବା ଜଣାଯାଇଛି । ଏଥିରେ ଉଲ୍ଲେଖ କରାଯାଇପାରେକି ରାଜଭବନରେ ୧୮୧ ଗୋଟି ପଦବୀ ରହିଅଛି । ସେଥିମଧ୍ୟରୁ ୭୨ ଗୋଟି ପଦବୀ ଖାଲି ପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ଜାନୁଆରୀ ପହିଲାକୁ ବିଶ୍ୱ ପ୍ରାର୍ଥନା ଦିବସ ଭାବେ ପାଳନ କରିବାକୁ ନିବେଦନ

କେନ୍ଦ୍ରାପଡ଼ା, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ବିଶ୍ୱରେ ଭିନ୍ନ ଭିନ୍ନ ଦିବସ ପାଳନ ହେଉଥିବା ବେଳେ ‘ପ୍ରାର୍ଥନା ଦିବସ’ ପାଳନ ହେଉନାହିଁ । ଆସନ୍ତୁ …

Leave a Reply

Your email address will not be published. Required fields are marked *