Saturday , December 4 2021
Home / ବିଶେଷ / ମୌଳିକ ସୁବିଧାରୁ ବଂଚିତ କାଡ୍ରାକା ବଣ୍ଡେଲି ଗ୍ରାମବାସୀ

ମୌଳିକ ସୁବିଧାରୁ ବଂଚିତ କାଡ୍ରାକା ବଣ୍ଡେଲି ଗ୍ରାମବାସୀ

ରାୟଗଡା ୦୬/୦୮/୨୦୧୯(ଓଡ଼ିଶା ସମାଚାର)- ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଂଚାୟତ ଅନ୍ତର୍ଗତ କାଡ୍ରାକା ବଣ୍ଡେଲିର ଗ୍ରାମବାସୀ ମାନେ ମୌଳିକ ସୁବିଧା ପାଉନଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ୪୦ରୁ ଉଦ୍ଧ୍ୱର୍ ମହିଳା ଏବଂ ପୁରୁଷ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଗ୍ରାମବାସୀ ମାନେ ସମ୍ମୁଖୀନ କରୁଥିବା ଅସୁବିଧା ଗୁଡିକୁ ଲିଖିତ ଆକାରରେ ଜଣାଇଛନ୍ତି । ଗ୍ରାମରେ ୪୫ଟି ପରିବାରର ପ୍ରାୟ ୨୦୦ ଜଣ ସଦସ୍ୟ ବସବାସ କରୁଛନ୍ତି । ପିଲା ମାନଙ୍କ ନିମନ୍ତେ ସ୍କୁଲର ବ୍ୟବସ୍ଥା ନଥିବାରୁ ସେମାନେ ଶିକ୍ଷାଦାନରୁ ବଂଚିତ ହେଉଛନ୍ତି । ଗ୍ରାମବାସୀ ମାନଙ୍କୁ ମିଳୁଥିବା ପେନସନ ଆଉ ପ୍ରଦାନ କରାଗଲା ନାହିଁ । ତା ୧୪.୧୧.୨୦୧୮ ରିଖ ୨୪୦୦ ଟଙ୍କା ପେନସନ ପ୍ରଦାନ ପରେ ବର୍ତମାନ ସୁଦ୍ଧା ଆଉ କୌଣସି ଗ୍ରାମବାସୀଙ୍କୁ ପେନସନ ପ୍ରଦାନ କରାଯାଇନାହିଁ । ଏପରକି ସମିତି ସଭ୍ୟ ପେନସନ ଖାତା ଗୁଡିକୁ ସେମାନଙ୍କର ନିକଟରୁ ମାଗି ନେଇଯାଇଥିବା ନେଇ ଗୁରୁତର ଅଭିଯୋଗ କରିଛନ୍ତି ଗ୍ରାମବାସୀ ମାନେ । ବର୍ତମାନ ସୁଦ୍ଧା ବିଜୁଳି ସଂଯୋଗ ହୋଇନଥିବା ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଗମନାଗମନର ସୁବିଧା ନ ଥିବାରୁ ବନ୍ଦୀ ଜୀବନ ଯାପନ କରୁଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ ମାନେ । ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ କାଡ୍ରାକା ବଣ୍ଡେଲି ଠାରୁ ବାରିଆପଡା ପର୍ଯ୍ୟନ୍ତ ଏକ ପକ୍କା ସଡକ ନର୍ମାଣ କରିବା ପାଇଁ ମଧ୍ୟ ଗୁହାରୀ କରିଛନ୍ତି । କାଡ୍ରାକା ବଣ୍ଡେଲିର ଜଣେ ଯୁବକ ମହେଶ୍ୱର କାଡ୍ରାକା ପ୍ରକାଶ କରିଛନ୍ତି ଯେ କାଡ୍ରାକା ବଣ୍ଡେଲିର ଡଙ୍ଗରିଆ ମାନେ ବହୁ ପରିମାଣରେ ସପୁରୀ ପଣସ, ଆମ୍ବ, ପଣସ ଉତ୍ପାଦନ କରୁଥିଲେ ମଧ୍ୟ ଗମନାଗମନର ଅସୁବିଧା ଯୋଗୁଁ ତାହାକୁ ବଜାରକୁ ଆଣି ବିକ୍ରୀ କରିପାରୁନାହାନ୍ତି । ଯଦି ପ୍ରଶାସନ ପକ୍କା ସଡକ ନିର୍ମାଣ କରନ୍ତି ତାହା ହେଲେ ଡଙ୍ଗରିଆ ଉତ୍ପାଦିତ ଦ୍ରବ୍ୟ ଗୁଡିକୁ ବଜାରରେ ବିକ୍ରୀ କରି ସାବଲମ୍ବୀ ହୋଇପାରିବେ ବୋଲି ମହେଶ୍ୱର କାଡ୍ରାକା ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *