Sunday , May 29 2022
Home / ତାଜା ଖବର / ବଜ୍ରପାତରେ ୨ ମୃତ

ବଜ୍ରପାତରେ ୨ ମୃତ

ବାଲେଶ୍ୱର, ୦୬/୦୮/୨୦୧୯(ଓଡ଼ିଶା ସମାଚାର)-ବଜ୍ରପାତରେ ବାଲେଶ୍ୱର ଜିଲ୍ଲାରେ ୨ଜଣ ପ୍ରାଣ ହରାଇଛନ୍ତି । କ୍ଷେତରେ କାମ କରୁଥିବା ବେଳେ ବଜ୍ରପାତରେ ଏମାନଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ସୋମବାର ମଧ୍ୟାହ୍ନରେ ଉତର ବାଲେଶ୍ୱରର ଜଳେଶ୍ୱର, ବସ୍ତା, ଭୋଗରାଇ ଅଂଚଳରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହୋଇଥିଲା । ଏହି ସମୟରେ ଭୋଗରାଇ ତହସିଲ୍ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ସୁଜୟ ଦାସ କ୍ଷେତରେ କାମ କରୁଥିବା ବେଳେ ହଠାତ୍ ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଥିଲା । ସେହିପରି ଜଳେଶ୍ୱର ବ୍ଲକ ବରଡ଼ିହା ପଂଚାୟତର ବକୁଣ୍ଡି ଗ୍ରାମର ସନିତା ହାଂସଦା ବିଲରେ କାମ କରୁଥିବା ବଜ୍ରପାତରେ ପ୍ରାଣ ହରାଇଥିଲେ । ଓଡ଼ିଶା ସମାଚାର

About admin

Check Also

ଗୁଳିମାଡ କରି ଗୋରୁ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ, ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ

ମୟୂରଭଞ୍ଜ ୨୫/୦୫/୨୦୨୨( ଓଡ଼ିଶା ସମାଚାର )- ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗ୍ରାମାଞ୍ଚଳ ଥାନା ହାଟବାଦଡାରେ ସକାଳ ପ୍ରାୟ ୭ଟାରେ …

Leave a Reply

Your email address will not be published. Required fields are marked *