ନୟାଗଡ଼, ୦୬/୦୮/୨୦୧୯(ଓଡ଼ିଶା ସମାଚାର)- ନୟାଗଡ଼ ଉପ କାରାଗାରାରୁ ଜଣେ ବିଚାରଧୀନ କଏଦୀ ଫେରାର ହୋଇଯାଇଛି । ସେ ହେଉଛି ହିମାଂଶୁ ନାୟକ । ପୁଲିସ ଜେଲର ସିସିଟିଭି ଫୁଟେଜ ଯାଂଚ କରୁଛି । ଏହା ସହିତ ତାକୁ ଧରିବା ବିଭୀନ୍ନ ସ୍ଥାନରେ ଚାଉ ଆରମ୍ଭ କରିଛି ପୋଲିସ । ଗତ ୭ ତାରିଖରେ ଏକ ଡକାୟତି ମାମଲାରେ ହିମାଂଶୁ ଗିରଫ ହୋଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ ଉପ କାରାଗାରାକୁ ପଠାଯାଇଥିଲା । ତେବେ ସେ ରବିବାର ଜେଲରୁ ଖସି ପଳାଇଥିବା ଜଣାପଡ଼ିଛି । ଏ ନେଇ ଜେଲ ଅଧୀକ୍ଷକ ଥାନାରେ ଏତଲା ଦେଇଛନ୍ତି । ଓଡ଼ିଶା ସମାଚାର