Sunday , May 29 2022
Home / ସ୍ୱାସ୍ଥ୍ୟ / ଜିଲ୍ଲା ପ୍ରଶାସନ ପକ୍ଷରୁ ସାଲେପୁର ଅଂଚଳର ବିଭିନ୍ନ ପାଥୋଲ୍ୟାବ୍ ଉପରେ ଚଢ଼ଉ

ଜିଲ୍ଲା ପ୍ରଶାସନ ପକ୍ଷରୁ ସାଲେପୁର ଅଂଚଳର ବିଭିନ୍ନ ପାଥୋଲ୍ୟାବ୍ ଉପରେ ଚଢ଼ଉ

 ବେଆଇନ୍ ଭାବେ ଚାଲିଥିବା ଏକ ପାଥୋଲ୍ୟାବ୍ ସିଲ୍

ସାଲେପୁର, ୦୬/୦୮/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ଅଂଚଳରେ ବେଆଇନ୍ ଭାବେ ବ୍ୟାପକ ମାତ୍ରାରେ ପାଥୋଲ୍ୟାବ୍ ଓ ଘରୋଇ ନର୍ସିଂହୋମ୍ ଚାଲୁଥିବାର ଅଭିଯୋଗ ପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଚାରିଜଣିଆ ସ୍ୱତନ୍ତ୍ର ଟିମ୍ ସାଲେପୁର ଅଂଚଳର ବହୁ ପାଥୋଲ୍ୟାବ୍ ସେମାନଙ୍କର କାଗଜପତ୍ର ଯାଂଚ କରିବା ସହ ବେଆଇନ୍ ଭାବେ ଚାଲୁଥିବା ଏକ ପାଥୋଲ୍ୟାବ୍କୁ ଆଜି ସିଲ୍ କରିଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ସାଲେପୁର ଅଂଚଳରେ ଛତୁ ଫୁଟିଲା ପରି ବେଆଇନ୍ ଭାବେ ପାଥୋଲ୍ୟାବ୍ ଓ ଘରୋଇ ନର୍ସିଂହୋମ୍ ଚାଲୁଥିବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା । ଏହାନେଇ ଆଜି କଟକ ଜିଲ୍ଲା ସି.ଡି.ଏମ୍.ଓ. ମାନଭଞ୍ଜନ ଶତପଥୀ, ଉପଜିଲ୍ଲାପାଳ କ୍ଷେତ୍ରମୋହନ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଚାରିଜଣିଆ ଟିମ୍ ସାଲେପୁର ସହରର ବିଭିନ୍ନ ସ୍ଥାନରେ ଥିବା ପାଥୋଲ୍ୟାବ୍ ଉପରେ ଚଢ଼ଉ କରି କାଗଜପତ୍ର ଯାଂଚ କରିବା ସହ ଅଧିକାଂଶ ପାଥୋଲ୍ୟାବ୍ର କାଗଜପତ୍ର ଠିକ୍ ନଥିବାର ଜାଣିବାକୁ ପାଇଥିବାବେଳେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା କଳିଙ୍ଗ ପାଥୋଲ୍ୟାବ୍ର କାଗଜପତ୍ର ଯାଂଚକଲାପରେ ଏହି କାଗଜପତ୍ର ବେଆଇନ୍ ଭାବେ ଚାଲୁଥିବାରୁ ଏହି ପାଥୋଲ୍ୟାବ୍ଟିକୁ ଜଉମୁଦ ଦେଇ ସିଲ୍ କରିଥିଲେ । ଆଗାମୀ ଦିନରେ ସାଲେପୁର ସହରରେ ଚାଲିଥିବା ଘରୋଇ ନର୍ସିଂହୋମ୍ ସମେତ ସମସ୍ତ ପାଥୋଲ୍ୟାବ୍ ଗୁଡିକର କାଗଜପତ୍ର ଯାଂଚ କରାଯିବ ବୋଲି ସି.ଡି.ଏମ୍.ଓ. ପ୍ରକାଶ କରିଛନ୍ତି । ଏହି ଚଢ଼ଉ ପରେ ସାଲେପୁର ଅଂଚଳରେ ବେଆଇନ୍ ଭାବେ ପାଥୋଲ୍ୟାବ୍ କରି ନିଜର ବ୍ୟବସାୟ ପ୍ରତିଷ୍ଠାନ ଚଳାଇଆସୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଓଡ଼ିଶା ସମାଚାର

About admin

Check Also

ମାତ୍ର ୩ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୨୫/୦୫/୨୦୨୨( ଓଡ଼ିଶା ସମାଚାର )- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମାତ୍ର ୩ ଜଣ କରୋନା ସଂକ୍ରମିତ ଚିହ୍ନଟ …

Leave a Reply

Your email address will not be published. Required fields are marked *