Friday , September 29 2023
Breaking News
Home / ବିଶେଷ / ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ହଟାଇ ଇତିହାସ ରଚିଲେ ମୋଦି ଓ ଶାହା

ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ହଟାଇ ଇତିହାସ ରଚିଲେ ମୋଦି ଓ ଶାହା

ସ୍ୱାଗତ ଜଣାଇଲା ପାରାଦ୍ୱୀପ ପ୍ରେସ୍ ମିଡିଆ
ପାରାଦ୍ୱୀପ ୦୬/୦୮/୨୦୧୯(ଓଡ଼ିଶା ସମାଚାର / ଦୀପକ କୁମାର ଦାସ)- ଜମ୍ମୁ ଓ କାଶ୍ମୀରର ଧାରା ୩୭୦ ହଟାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଓ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ଇତିହାସ ରଚିବା ସହ ଦେଶ ସଦୃଢତା ନିମିତ ସେମାନଙ୍କର ଦୃଢ ଇଚ୍ଛାଶକ୍ତି ପ୍ରଦର୍ଶନ କରିଛନ୍ତି । ଗତ ଅଗଷ୍ଟ ୫ତାରିଖରେ ସଂସଦରେ ଏହି ୩୭୦ ଧାରା ଉଚ୍ଛେଦ ବିଲ୍ ଗୃହିତ ହେବା ପରେ ସମଗ୍ର ଦେଶରେ ଆନନ୍ଦର ଲହରୀ ଖେଳିଯାଇଥିବା ବେଳେ ବିଭିନ୍ନ ସଙ୍ଗଠନ, ଅନୁଷ୍ଠାନ ଓ ଦେଶବାସୀଙ୍କ ଦ୍ୱାରା ଦେଶସାରା ବିଭିନ୍ନ ସ୍ଥାନରେ ଉତ୍ସବମାନ ପାଳନ କରାଯାଇ ମୋଦି ଓ ଶାହାଙ୍କୁ ଭୁୟସୀ ପ୍ରଶଂସା କରାଯାଉଛି । ତେବେ ଦେଶର ଏପରି ଘଡିସନ୍ଧି ମୁହୁର୍ତରେ ମୋଦି ଓ ଶାହା ଯେପରି ଦୃଢ ପଦକ୍ଷେପ ନେଲେ, ଏନେଇ ସାରା ଦେଶରୁ ସ୍ୱାଗତ ସମ୍ବର୍ନ୍ଧନା ଛୁଟୁଥିବା ବେଳେ ଏନେଇ ପାରାଦ୍ୱୀପ ପ୍ରେସ୍ ମିଡିଆ ମଧ୍ୟ ସେଥିରେ ଖୁସି ଜାହିର କରିଛି । ଏନେଇ ଆଜି ପାରାଦ୍ୱୀପ ପ୍ରେସ କ୍ଳବରେ ଏକ ଗୁରୁତ୍ୱପୂଣ୍ଣ ବୈଠକ ଡକାଯାଇ ୩୭୦ ଧାରା ଉଚ୍ଛେଦକୁ ସ୍ୱାଗତ କରାଯିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଖୁସିରେ ମିଷ୍ଟାନ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପାରାଦ୍ୱୀପ ପ୍ରେସମିଡିଆ ସଭାପତି ଶଶାଙ୍କ ଶେଖର ଆଚାର୍ଯ୍ୟ ଓ ସାଧାରଣ ସମ୍ପାଦକ ରତ୍ନାକର ଜେନା ପରିଚାଳନା କରିଥିବା ବେଳେ ଉପଦେଷ୍ଟା ଗଗନ ବିହାରରୀ ସାହୁ, ଗଙ୍ଗାଧର ରାଉତ, ଧୃବ ମହାପାତ୍ର, ରବିନ୍ଦ୍ର କୁମାର ଜେନା, ଅରୁଣ କୁମାର ଓଝା, ଉପସଭାପତି ପଂଚାନନ ବେହେରା, ସଙ୍ଗଠନ ସମ୍ପାଦିକା ସଙ୍ଘମିତ୍ରା ସ୍ୱାଇଁ, ସହସମ୍ପାଦକ ନରେଶ ଚନ୍ଦ୍ର ବାରିକ, କାର୍ଯ୍ୟକାରୀ ସଭ୍ୟ ଜ୍ଞାନେଞ୍ଜୟ ମହାନ୍ତି, ନାରାୟଣ ବେହେରା, ବିବେକାନନ୍ଦ ରାଉତ, ପ୍ରଦୀପ ମହାପାତ୍ର, ସୁଧାଂଶୁଂ ନାୟକ, ବିନୟ ରାୟ, ରଶ୍ମିରଞ୍ଜନ ରାଉତରାୟ, ପୁରୁଷୋତମ ଶତପଥି, ଏମ୍,ଡି. ସକିର ଅଲ୍ଲି, ଦିପ୍ତି ରଞ୍ଜନ ପଣ୍ଡା ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ୬୦ରୁ ଉଦ୍ଧ୍ୱର୍ ସାମ୍ବାଦିକ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *