Tuesday , October 26 2021
Breaking News
Home / ରାଜନୀତି / କେନ୍ଦ୍ର ସରକାରଙ୍କ ନିଷ୍ପତିିକୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟିର ସ୍ୱାଗତ

କେନ୍ଦ୍ର ସରକାରଙ୍କ ନିଷ୍ପତିିକୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟିର ସ୍ୱାଗତ

ଭୁବନେଶ୍ୱର , ୦୬/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ଜାମ୍ମୁ କାଶ୍ମୀରରୁ ଭାରତର ସମ୍ବିଧାନର ୩୭୦ ଓ ୩୫ ଏ ଧାରାର ଉଚ୍ଛେଦ ପାଇଁ କେନ୍ଦ୍ରର ବିଜେପି ସରକାରଙ୍କୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ସ୍ୱାଗତ କରିଛି । ନ୍ୟାସନାଲ କନ୍ଫରେନ୍ସ ପିଡ଼ିପି ଇତ୍ୟାଦି ରାଜନୈତିକ ଦଳ ଗୁଡ଼ିକୁ ପ୍ରତ୍ୟାଖ୍ୟାନ କରି ଜାମ୍ମୁ କାଶ୍ମୀରବାସୀ ଭାରତୀୟ ମହାସ୍ରୋତରେ ସାମିଲ୍ ହେବାକୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ଜାମ୍ମୁ କାଶ୍ମ୍ୀରବାସୀଙ୍କୁ ନିବେଦନ କରିଛି । ସମଗ୍ର ଭାରତବର୍ଷରେ ସଂଖ୍ୟାଲଘୁ ସୁମଲମାନ, ଖ୍ରୀଷ୍ଟିଆନମାନଙ୍କୁ ଧନ, ଜୀବନ ମର୍ଯ୍ୟାଦାର ଓ ମାନବିକ ଅଧିକାର, ବ୍ୟକ୍ତିଗତ ଅଧିକାର, ଓ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ଓ ନିରାପତ୍ତା ରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିବା ପାଇଁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ଉଦ୍ୟମ ଜାରି ରଖିବ ବୋଲି ସଭାପତି ରମେଶ ରାଉତ ଏକ ପ୍ରେସ୍ ବିବୃତିରେ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପ୍ରହରାଜପୁର ରେ ଜୀବନବିନ୍ଦୁ କାର୍ୟ୍ୟକ୍ରମ,୫୦ ୟୁନିଟ ରକ୍ତ ସଂଗ୍ରହ

କଟକ ସଦର, ୨୪/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା): କଟକ ସଦର ବ୍ଲକ ଵିଜୁ ଯୁଵ ଛାତ୍ର ଜନତା ଦଳ ପକ୍ଷରୁ …

Leave a Reply

Your email address will not be published. Required fields are marked *