ସାଲେପୁର, ୦୬/୦୮/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)- କେନ୍ଦ୍ରାପଡ଼ା କେନାଲର ଦକ୍ଷିଣ ପାଶ୍ୱର୍ ବନ୍ଧ ଜଳହରି ଗ୍ରାମ ନିକଟରେ ବାରମ୍ବାର ଘଳିଆ ପଡ଼ି ଚାଷଜମି ଓ ଜନବସତି ପାଇଁ ବିପଦ ସୃଷ୍ଟି କରୁଥିଲେ ମଧ୍ୟ ଜଳସଂପଦ ବିଭାଗ ପକ୍ଷରୁ ଏହି ଦିଗରେ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉନଥିବାରୁ ଜନସାଧାରଣ ଏ ଦିଗରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତ ୧ସପ୍ତାହ ତଳେ ଏହି ବନ୍ଧର ଜଳହରି ନିକଟରେ ୨ଫୁଟର ଘଳିଆ ହୋଇଥିବାବେଳେ ତାକୁ ମରାମତି କରାଯାଇଥିଲା । ୮ଦିନ ନବିତୁଣୁ ପୁଣି ଉକ୍ତ ସ୍ଥାନରେ ଘଳିଆ ପଡ଼ିବାରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଉକ୍ତ ସ୍ଥାନରେ ଗତବର୍ଷ ମଧ୍ୟ ଘଳିଆ ପଡି ଚାଷଜମିରେ ପାଣି ମାଡ଼ିଥିଲା । ଏହି ସ୍ଥାନରେ ବାରମ୍ବାର ଘଳିଆ ପଡୁଥିବାରୁ ଏହି ସ୍ଥାନଟି ବିପଦ ସଂକୁଳ ସ୍ଥାନ ହୋଇଥିଲେ ମଧ୍ୟ ଜଳସଂପଦ ବିଭାଗ ପକ୍ଷରୁ ଏହାର ସ୍ଥାୟୀ ପ୍ରତିକାର କରାନଯାଇ ନାମକୁ ମାତ୍ର ବାଲିବସ୍ତା ପକାଇ ଘଳିଆ ବନ୍ଦ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରାଯାଉଛି । ଏହି ବନ୍ଧରେ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାପାଇଁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି । ଓଡ଼ିଶା ସମାଚାର