Monday , October 18 2021
Breaking News
Home / କୃଷି / କଳାହାଣ୍ଡି ଜିଲ୍ଲା ହାବସପୁର ମଣ୍ଡିରେ ଚାଷୀଙ୍କ ଅତ୍ମହତ୍ୟା କରିବା ପାଇଁ ଧମକ

କଳାହାଣ୍ଡି ଜିଲ୍ଲା ହାବସପୁର ମଣ୍ଡିରେ ଚାଷୀଙ୍କ ଅତ୍ମହତ୍ୟା କରିବା ପାଇଁ ଧମକ

ଜୁନାଗଡ ୦୬/୦୮/୨୦୧୯(ଓଡ଼ିଶା ସମାଚାର /ସଂଜୟ କୁମାର ସିଂହ)- କଳାହାଣ୍ଡି ଜିଲ୍ଲାରେ ମଣ୍ଡିମାନଙ୍କରେ ଚଳିତ ବର୍ଷର ଧାନ କ୍ରୟ ସରିଗଲାଣିେ ବାଲି ଜୁନ ୩୦ ରେ ରିପୋର୍ଟ ଦେଇଥିଲେ କିନ୍ତୁ ଜୁନାଗଡ ବ୍ଳକ ହାବସପୁର ମଣ୍ଡିରେ ଏବେ ପର୍ଯ୍ୟନ୍ତ ଶହଶହ ବସ୍ତା ଧାନ ବର୍ଷାରେ ଭିଜି ପଡିରହିଛି । ଗତ ଜୁନ ମାସ ୧୫ ତାରିଖରେ ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ ଦେଇଥିଲେ ମଧ୍ୟ ତାଙ୍କର ଧାନ ବିକ୍ରି ହୋଇ ପାରିନାହିଁ । ଏନେଇ ଚାଷୀମାନେ ଜିଲ୍ଲାପାଳ, ଯୋଗାଣ ଅଧିକାରୀ, ଉପ ଜିଲ୍ଲାପାଳ, ବିଧାୟକଙ୍କୁ ଜଣାଇଥିଲେ ମଧ୍ୟ ଧାନ ବିକ୍ରି କରିନପାରି ଦିନ ରାତି ଜଗିରହିଛନ୍ତି । ଅନ୍ୟପଟେ ପ୍ରଶାସନ କୌଣସି ପଦକ୍ଷେପ ନନେଇ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଯାହା ଚାଷୀ ମହଲରେ ଭାରି ଅସନ୍ତୋଷ ଦେଖାଦେଇଛି । ଖରିଫ ଚାଷ ଏପର୍ଯ୍ୟନ୍ତ ଆରମ୍ଭ କରି ପାରି ନାହିଁ ଓ ଋଣ ବୋଝ କେମିତି ସୁଝିବୁ ବୋଲି ଚାଷୀମାନେ କିଛି ଉପାୟ ନପାଇ ଶେଷରେ ଆତ୍ମହତ୍ୟା କରିବୁ ବୋଲି କହିଛନ୍ତି । ଏଥିପାଇଁ ପ୍ରଶାସନ ଓ ସରକାର ଦାୟୀ ହେବେ ବୋଲି ଚାଷୀମାନେ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ କ୍ୟାଣ୍ଡେଲ ଶୋଭାଯାତ୍ରା

କେନ୍ଦ୍ରାପଡ଼ା, ୧୩/୧୦/୨୦୨୧(ଓଡ଼ିଶା ସମାଚାର)- ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ଓଡିଶା କୃଷକ ସଭାର ଜିଲ୍ଲା ନେତା ବିଜୟ ଦାସଙ୍କ ନେତୃତ୍ୱରେ …

Leave a Reply

Your email address will not be published. Required fields are marked *