Tuesday , October 19 2021
Breaking News
Home / ବିଶେଷ / ଅନ୍ଧୁଳି ସ୍କୁଲ ରାସ୍ତା ଅବସ୍ଥା ଶୋଚନିୟ

ଅନ୍ଧୁଳି ସ୍କୁଲ ରାସ୍ତା ଅବସ୍ଥା ଶୋଚନିୟ

କେନ୍ଦ୍ରାପଡା, ୦୬/୦୮/୨୦୧୯(ଓଡ଼ିଶା ସମାଚାର)- ମହାକାଲପଡା ବ୍ଲକ ଅନ୍ତର୍ଗତ ବଳିପାଳ ପଂଚାୟତର ମଙ୍ଗରାଜପୁର ପୋଲଠାରୁ ଅନ୍ଧୁଳି ଉପ୍ରା ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ସାମାନ୍ୟ ବର୍ଷାରେ ସାଇକେଲରେ ସେହି ରାସ୍ତାରେ ଯିବା ମଧ୍ୟ କଷ୍ଟକର ହୋଇପଡୁଛି । ରାସ୍ତା ଉପରେ ନିର୍ଭରଶୀଳ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର,ରାଜପୁର,ରତନପଡା ଗ୍ରାମବାସୀ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତୁରନ୍ତ ଉକ୍ତ ରାସ୍ତାର ମରାମତି ପାଇଁ ପଟ୍ଟାମୁଣ୍ଡାଇ ଓ ମହାକାଳପଡା ଅଂଚଳର ସତ୍ୟଜିତ ରାଉତ, ସୋମନାଥ ଦାସ, ପ୍ରୀତିରଞ୍ଜନ ସ୍ୱାଇଁ, ସୁଜୟ କୁମାର ସାହୁ, ଅଭିଷେକ ଦାସ, ସତ୍ୟବ୍ରତ ଦାସ, ପ୍ରଭାତ ରାଉତ ପ୍ରମୁଖ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୧୯/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସମାଜସେବୀ ସ୍ୱର୍ଗତ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ …

Leave a Reply

Your email address will not be published. Required fields are marked *