Friday , September 29 2023
Breaking News
Home / ବିଶେଷ / ‘୫-ଟି’କୁ ମୂଳମନ୍ତ୍ର ଭାବେ ଗ୍ରହଣ କର – ପୂର୍ତମନ୍ତ୍ରୀ

‘୫-ଟି’କୁ ମୂଳମନ୍ତ୍ର ଭାବେ ଗ୍ରହଣ କର – ପୂର୍ତମନ୍ତ୍ରୀ

 ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘର ସମ୍ବର୍ଦ୍ଧନା ସଭା ଓ ସଂକଳ୍ପ ସମାବେଶରେ ପରାମର୍ଶ

ଭୁବନେଶ୍ୱର,୦୫/୦୮/୨୦୧୯ ( ଓଡ଼ିଶା ସମାଚାର)- ଓଡ଼ିଶାର ବିକାଶରେ ଇଞ୍ଜିନିୟରଙ୍କ ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଇଞ୍ଜିନିୟରଙ୍କ ବିନା ବିକାଶ କଥା ଚିନ୍ତା କରାଯାଇପାରେନା । ଇଞ୍ଜିନିୟରମାନେ ସବୁବେଳେ ଅକ୍ଲାନ୍ତ ପରିଶ୍ରମ ଜାରି ରଖିଛନ୍ତି । ରାଜ୍ୟରେ ରାସ୍ତାଘାଟଠାରୁ ଆରମ୍ଭକରି ବ୍ରିଜ ଓ ଜଳସେଚନ ଆଦି ସବୁ ସୁବିଧା ଜନସାଧାରଣଙ୍କ ପାଖରେ ପହଂଚାଉଛନ୍ତି ହେଲେ ଜନସାଧାରଣଙ୍କ ଭତିରେ କେତେକ ଇଞ୍ଜିିନିୟରଙ୍କୁ ନେଇ ଏକ ଭ୍ରାନ୍ତ ଧାରଣା ରହିଛି । ଏହି ଭ୍ରାନ୍ତ ଧାରଣାକୁ ଜନସାଧାରଣଙ୍କ ମନରୁ ଦୂରୀଭୂତ କରିବାକୁ ପଡ଼ିବ । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ‘୫ଟି’ ମନ୍ତ୍ର ଦେଇଛନ୍ତି, ତାହାକୁ ପାଳନ କରିବା ଲାଗି ସଂକଳ୍ପ ନେବାକୁ ହେବ । କେଳବ ସଂକଳ୍ପ ନୁହେଁ ଏହି ‘୫ଟି’କୁ ଜୀବନ ମୂଳମନ୍ତ୍ର ଭାବେ ବ୍ରତୀ ହେବା ପାଇଁ ଖଚ୍ଚି ଓ ପୂର୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଆହ୍ୱାନ କରିଛନ୍ତି ।
ଓଡେଶା ଭବନଠାରେ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘର ସମ୍ବର୍ଦ୍ଧନା ସଭା ଓ ସଂକଳ୍ପ ସମାବେଶରେ ମନ୍ତ୍ରୀ ଶ୍ରୀ
ମଲ୍ଲିକ ଯୋଗଦେଇ ଏହି ଆହ୍ୱାନ କରିଛନ୍ତି । ସେ କହିଲେ ଯେ ସରକାରୀ କର୍ମଚାରୀମାନେଯେତେବେଳେ ଚାକିରିରେ ଯୋଗଦାନ କରିଛନ୍ତି, ସେମାନେରାଜ୍ୟର ଉନ୍ନତି ଓ ଜନସାଧରଣଙ୍କ ସେବା ପାଇଁ ସଂକଳ୍ପନେଇଥାନ୍ତି । ତେଣୁ ଏହି ସଂକଳ୍ପକୁ ଉତରଦାୟିତ୍ୱ ସହିତ ଗ୍ରହଣ କରିବାକୁ ପଡ଼ିବ । ରାଜ୍ୟରେ ଗତ ୨୦ ବର୍ଷ ପୂର୍ବେସେତେଟା ବିକାଶ ହୋଇନଥିଲା । ବର୍ତମାନ ରାଜ୍ୟ ବହୁବିକାଶ ପଥରେ । ବର୍ତମାନ ମୁଖ୍ୟମନ୍ତ୍ରୀଙ୍କ ‘୫ଟି’କୁ ପାଥେୟ କରି ଓଡ଼ିଶାକୁ ଭାରତ ବର୍ଷରେ ଶ୍ରେଷ୍ଠ ରାଜ୍ୟଭାବରେ ଗଢ଼ି ତୋଳିବାକୁ ପଡ଼ିବ । ସେଥିପାଇଁ ସବୁ ଇଞ୍ଜିନିୟମାନେ ଏକାଠି ହୋଇ କାର୍ଯ୍ୟ କରିବା ଲାଗି ଶ୍ରୀ ମଲ୍ଲିକ ପରାମର୍ଶ ଦେଇଥିଲେ । ଓଡ଼ିଶା ପ୍ରାକୃତିକ ସମ୍ପଦ ଓ ମାନବସମ୍ବଳ ଭରା ରାଜ୍ୟ । କିନ୍ତୁ ଓଡ଼ିଶା ଗରିବ ରାଜ୍ୟବୋଲି ମନ ଭିତରେ ଏକ ଧାରଣା ରହିଛି । ଏହି ହୀନଚିନ୍ତାଧାରାକୁ ପରିତ୍ୟାଗ କର । ରାଜ୍ୟର କୋଣ ଅନୁକୋଣରେ ରାସ୍ତା,ବିଜୁଳି ଓ ପାଣି ସୁବିଧା ଯୋଗାଉଛନ୍ତି ।ତେଣୁ ଇଞ୍ଜିନିୟରମାନେ ଜନସାଧାରଣଙ୍କ ସେବିକା ଭାବେକାର୍ଯ୍ୟ କରିବା ଲାଗି ଶ୍ରୀ ମଲ୍ଲିକ ପରାମର୍ଶ ଦେଇଛନ୍ତି ।ଇଞ୍ଜିନିୟରଙ୍କ ଯେଉଁ ଦାବି ରହିଛି, ତାହାକୁ ପୂରଣ ପାଇଁପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।ଓଡ଼ିଶାରେ ଗତ ୨୦ ବର୍ଷ ଧରି ଏକ ସ୍ଥିର ସରକାରଚାଲିଛି । ଏହାର ମୁଖ୍ୟ କାରଣ ସରକାର ଯେଉଁ ସବୁଯୋଜନା ହାତକୁ ନେଇଛନ୍ତି, ତାହା ଜନସାଧାରଣଙ୍କ ପାଇଁଉର୍ଦ୍ଦିଷ୍ଟ ଓ ଜନସାଧାରଣ ଏହାକୁ ଗ୍ରହଣ କରିଛନ୍ତି । ଏହି ସ୍ଥିର ସରକାର ପଛରେ ରହିଛି କର୍ମଚାରୀଙ୍କ ନିଷ୍ଠା ଓ ଦାୟିତ୍ୱବାନ ସଂକଳ୍ପ । ଇଞ୍ଜିନିୟରମାନେ ଅକ୍ଲାନ୍ତ ପରିଶ୍ରମ କରି ରାଜ୍ୟରେଉନ୍ନତି ଦିଗରେ କାର୍ଯ୍ୟ କରିଛନ୍ତି । ଯାହାର ଶ୍ରେୟ ଜନସାଧାରଣ ଏକ ସ୍ଥିର ସରକାର ଗଠନ କରିବାରେ ଆଗେଇ ଆସିଛନ୍ତି ବୋଲି କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ୨ହଜାର ମସିହାରେ ରାଜ୍ୟର ବଜେଟ୍୧୧ହଜାର କୋଟି ଥିଲା । ସେତେବେଳେ ରାଜ୍ୟର ଋଣଭାର୧୮ହଜାର କୋଟି ଥିଲା । ୧୯ବର୍ଷ ପରେ ରାଜ୍ୟର ବଜେଟ୍୧ଲକ୍ଷ ୪୦ହଜାର କୋଟିରେ ପହଂଚିଛି । ବର୍ତମାନ ୮୨ହଜାର କୋଟି ଟଙ୍କା ଋଣ ଭାର ରହିଛି । ରାଜ୍ୟ ସରକାରପ୍ରତି ବର୍ଷ ସାଢ଼େ ଚାରି ହଜାର କୋଟି ଋଣ ଶୁଝୁଛନ୍ତି । ଏହାକୁନେଇ କେତେକ ରାଜନୈତିକ ବ୍ୟକ୍ତି ସମାଲୋଚନାକରିଛନ୍ତି । ହେଲେ ବର୍ତମାନ କେନ୍ଦ୍ର ସରକାରଙ୍କ ବଜେଟ୍୨୭ ଲକ୍ଷ କୋଟି ରହିଛି । ବର୍ତମାନ ୮୨ ଲକ୍ଷ କୋଟି ଋଣଭାର ରହିଛି । ପୁଣି ୭ଲକ୍ଷ କୋଟି ଋଣ କରିବା ଲାଗି ନିଷ୍ପତିିନେଇଛନ୍ତି । ଏହିପରି ଭାବରେ ୮୨ ଲକ୍ଷ କୋଟି ଓ ଆଉ୭ ଲକ୍ଷ କୋଟି ଋଣ ମିଳିଲେ ପ୍ରାୟ ୯୦ କୋଟି ଋଣରେପାଖାପାଖି ଅଛନ୍ତି ବୋଲି ଡ. ସାହୁ ସୂଚନା ଦେଇଛନ୍ତି ।ବର୍ତମାନ ପଞ୍ଜାବ ଋଣଭାର ଅଢ଼େଇ ଲକ୍ଷ କୋଟି,ଗୁଜରାଟର ୩ଲକ୍ଷ କୋଟି, ମହାରାଷ୍ଟ୍ରର ୪ଲକ୍ଷ କୋଟି,ଉତରପ୍ରଦେଶର ସାଢ଼େ ୪ଲକ୍ଷ କୋଟି, ପଶ୍ଚିମବଙ୍ଗର୩ଲକ୍ଷ କୋଟି ରହିଛି । ଏପରି ସମୟରେ ଓଡ଼ିଶାର ଋଣଭାର ମାତ୍ର ୧୮ ପ୍ରତିଶତ ରହିଛି । ଯାହାକି ଓଡ଼ିଶା ବହୁଉନ୍ନତି ପଥରେ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ‘୫ଟି’କୁ ଦୃଢ଼ ପରିଚାଳନା ଗତ ଅର୍ଥନୀତି ଯୋଗୁଁ ଏହା ସମ୍ଭବ ହୋଇଛି । ତେଣୁ ଏହି ‘୫ଟି’କୁ ନେଇ କାର୍ଯ୍ୟ କରିବାଲାଗି ସେ ପରାମର୍ଶ ଦେଇଛନ୍ତି । ଡ. ସାହୁ ଇଞ୍ଜିନିୟରଙ୍କୁ‘୫ଟି’ର ସଂକଳ୍ପ ପାଠ କରାଇଥିଲେ । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଲେ ଯେ ଇଞ୍ଜିନିୟରଙ୍କ ଯେଉଁ ସବୁ ସମସ୍ୟା ରହିଛି, ତାହା ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ । ତେଣୁ ଇଞ୍ଜିନିୟରମାନେ ଓଡ଼ିଶାକୁ ଏକ ବିକାଶଶୀଳ ରାଜ୍ୟ ଗଢ଼ିତୋଳିବା ପାଇଁ ସଂକଳ୍ପ ନେବାକୁ କହିଛନ୍ତି । ସେହିପରି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ,ମହେଶ ସାହୁ, କୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ଧ୍ରୁବଚରଣ ସାହୁ, ବିଧାୟକ ସଞ୍ଜୀବ କୁମାର ମଲ୍ଳିକ, ପ୍ରକାଶଚନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ରହି ‘୫ଟି’କୁ କାର୍ଯ୍ୟକାରୀ କରିବା ଦିିଗରେ ମତବ୍ୟକ୍ତ କରିଥିଲେ । ସେହିପରି ସଂଘ ସାଧାରଣ ସମ୍ପାଦକ ଇଂ ସଚିତ୍ର ମୋହନ ରାଉଳ ଇଞ୍ଜିନିୟରଙ୍କ ସମସ୍ୟା ଓ ଦାବି ଉପସ୍ଥାପନା କରିଥିଲେ । ଉପଦେଷ୍ଟା ଇଂ ନରେନ୍ଦ୍ର କୁମାର ନାୟକ, ଇଂ ଶ୍ରୀଧର ବାରିକ ଓ ପ୍ରଦୀପ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *