Tuesday , December 7 2021
Breaking News
Home / ବିଶେଷ / ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୦୧.୧୫ ଫୁଟ୍

ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୦୧.୧୫ ଫୁଟ୍

ସମ୍ବଲପୁର,୦୫/୦୮/୨୦୧୯(ଓଡ଼ିଶା ସମାଚାର)- ହୀରାକୁଦ ଡ୍ୟାମ୍ ଜଳଭଣ୍ଡାର ଜଳସ୍ତର ରବିବାର ଅପରାହ୍ନ ୩ଟାରେ ୬୦୧.୧୫ ଫୁଟ୍ ରହିଥିବା ବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨୪ ହଜାର ୫୪୬ ଘନଫୁଟ୍ ଜଳ ପ୍ରବେଶ କରୁଛି । ଡ୍ୟାମ୍ କେନାଲ ବ୍ୟବସ୍ଥାରେ ପ୍ରତି ସେକେଣ୍ଡରେ ୪,୧୨୫ ଘନଫୁଟ୍ ଜଳ ନିଷ୍କାସିତ କରାଯାଉଥିବାବେଳେ ଶିଳ୍ପ ଉଦ୍ଦେଶ୍ୟରେ ୧୭୦ ଘନଫୁଟ୍ ଜଳ ଯୋଗାଇ ଦିଆଯାଉଛି । ଶବିବାର ସକାଳୁ ରବିବାର ସକାଳ ସୁଦ୍ଧା ଡ୍ୟାମ୍ ଉପରମୁଣ୍ଡ ଓ ତଳମୁଣ୍ଡରେ ହାରାହାରି ବୃଷ୍ଟିପାତ ଯଥାକ୍ରମେ ୪.୬୬ ମି.ମି. ଓ ୨.୭୨ ମି.ମି. ରେକର୍ଡ କରାଯାଇଛି । ପ୍ରକାଶ ଥାଉ କି ହୀରାକୁଦ ଡ୍ୟାମ୍ର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ । ଡ୍ୟାମ୍ ରୁଲକର୍ଭ ଅନୁଯାୟୀ ଜଳଭଣ୍ଡାର ଜଳସ୍ତର ୫୯୫ ଫୁଟକୁ ଖସିଲେ ଶିଳ୍ପକୁ ଜଳଯୋଗାଣ ବନ୍ଦ କରାଯିବା ନିୟମ ରହିଥିବା ବେଳେ ଜଳସ୍ତର ୫୯୦ ଫୁଟ୍କୁ ହ୍ରାସ ସ୍ଥିତିରେ ଜଳସେଚନ ଓ ବିଦ୍ୟୁତ୍ ଉତ୍ପାଦନ ସମେତ ଡ୍ୟାମ୍ର ସମସ୍ତ ପ୍ରକାର କାର୍ଯ୍ୟ ଠପ୍ ହୋଇଥାଏ । ଓଡ଼ିଶା ସମାଚାର

About admin

Check Also

ଏମ୍ ରାମପୁର କୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି ରେ ୧୨ ଘଣ୍ଟିଆ ବନ୍ଦ ପାଳନ

କଳାହାଣ୍ଡି ,୬/୧୨/୨୧(ଓଡିଶା ସମାଚର /ସଂଜୟ ସିଂହ)-କଳାହାଣ୍ଡି ଜିଲ୍ଲା ରେ ଦିର୍ଘ ୪୦ବର୍ଷ ହେଲା ଏମ୍ ରାମପୁର ବ୍ଲକ କୁ ରାଜସ୍ୱ …

Leave a Reply

Your email address will not be published. Required fields are marked *